କବିସୂର୍ଯ୍ୟ ବଳଦେବ ରଥଙ୍କ ସୃଷ୍ଟି ଉପରେ ଅଧିକ ଗବେଷଣା ହେଉ।
କବିସୂର୍ଯ୍ୟ ବଳଦେବ ରଥଙ୍କ ସୃଷ୍ଟି ଉପରେ ଅଧିକ ଗବେଷଣା ହେଉ
ବ୍ରହ୍ମପୁର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) : କବିସୂର୍ଯ୍ୟ ବଳଦେବ ରଥ ଓଡିଆ ଭାଷାକୁ ସୁସମୃଦ୍ଧ କରିବାକୁ ଯାଇ ନିଜ ସୃଷ୍ଟିଗୁଡ଼ିକରେ ବିଶ୍ୱର ବିଭିନ୍ନ ଭାଷାର ଶବ୍ଦକୁ ସୁନ୍ଦର ଭାବରେ ବ୍ୟବହାର କରିଛନ୍ତି । କବିସୂର୍ଯ୍ୟଙ୍କ ସୃଷ୍ଟି ଉପରେ ଅଧିକରୁ ଅଧିକ ଗବେଷଣା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମେତ ଓଡ଼ିଶାର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିସୂର୍ଯ୍ୟ ବଳଦେବ ରଥଙ୍କ 246ତମ ଜୟନ୍ତୀ ସମାରୋହରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ବିଜେଡି ନେତା ବଂଶୀଧର ନାହାକ ଓ ସମ୍ମାନିତ ଅତିଥି ଭାବେ ବୈଜ୍ଞାନିକ ଡ଼ମ୍ବରୁଧର ସାହୁ ପ୍ରମୁଖ ଯୋଗଦେଇ କବିସୂର୍ଯ୍ୟ ବଳଦେବ ରଥଙ୍କ ଚମ୍ପୂ ଓଡିଆ କବିତାକୁ ଏକ ନୂଆ ପରିଚୟ ଦେଇପାରିଛି ବୋଲି କହିଥିଲେ I କବିସୂର୍ଯ୍ୟଙ୍କ ସୃଷ୍ଟି ଉପରେ ଅଧିକରୁ ଅଧିକ ଗବେଷଣା ହେଉ ବୋଲି ଏହି ସମାରୋହର ଉପସ୍ଥିତ ବୁଦ୍ଧିଜୀବୀ ଓ ସାରସ୍ବତ ସାଧକମାନେ ଗୁରୁତ୍ଵIରୋପ କରିଥିଲେ I ଏଥିରେ ଶିକ୍ଷାବିତ୍ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଡ଼. ରଂଜନ କୁମାର ପଣ୍ଡା, ଡ଼. ଶାନ୍ତନୁ କୁମାର ଦାଶ, କବି ହୃଷିକେଶ ଦାଶ, ଚନ୍ଦ୍ରଶେଖର ମହାପାତ୍ର, ଡ଼ା. ଗୋପାଳ କୃଷ୍ଣ ପାଣିଗ୍ରାହୀ, ବନ୍ଦନା ମହାପାତ୍ର, ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ବି. ସତ୍ୟମ ଆଚାରୀ ପ୍ରମୁଖ ଅଲୋଚନାରେ ଅଂଶଗ୍ରହଣ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ନବୀନର ପ୍ରକାଶିକା ମଞ୍ଜୁ ରଥ, ପ୍ରତିଷ୍ଠାନର ସମ୍ପାଦକ ସୁଶାନ୍ତ କର, ପବିତ୍ର କୁମାର ଚୌଧୁରୀ, ଇଂ. ମାନସ ରଂଜନ ତ୍ରିପାଠୀ, ଚିନ୍ମୟ ରଂଜନ ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I ଶେଷରେ ଶିକ୍ଷାବିତ୍ ରଂଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments
Post a Comment