ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳର ନୂତନ ଦାୟିତ୍ୱ ବଣ୍ଟନ
ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳର ନୂତନ ଦାୟିତ୍ୱ ବଣ୍ଟନ
ଯାଜପୁର;୨୦/୦୭(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ ସୁକିନ୍ଦା ସ୍ଥିତ କାଜଳେଶ୍ୱର ମନ୍ଦିର ପ୍ରାଙ୍ଗଣ ଠାରେ ୪:୩୦ ମିନିଟ ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସହ ସମ୍ପାଦକ ଚିତ୍ତରଞ୍ଜନ ବିନ୍ଧାଣି,ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହ ସଂଯୋଜକ ସାରଦାପ୍ରସନ୍ନ ବଳ, ପ୍ରମୁଖ ଯୋଗଦେଇଥିଲେ ଓ ଭାଇ ମାନେ କିପରି ସଂଗଠିତ ହୋଇ ସମାଜରେ ହେଉଥିବା ଧର୍ମନ୍ତି କରଣ,ଲବ ଯେହାଦ,ହିନ୍ଦୁ ମାନଙ୍କ ବିରୁଦ୍ଧରେ ହେଉଥିବା ଷଡଯନ୍ତ୍ର,ମଠ ମନ୍ଦିର ଉପରେ କୁଠାର ଘାତ ବିଷୟରେ ଅବଗତ କରାଇଥିଲେ। ବୈଠକ ନୂତନ ଦାଇତ୍ୱ ଘୋଷଣା କରାଯାଇଥିଲା ସୁକିନ୍ଦା ପ୍ରଖଣ୍ଡ ସଂଯୋଜକ ରବୀନ୍ଦ୍ର କୁମାର ଭଞ୍ଜ, ପ୍ରଖଣ୍ଡ ସହ ସଂଯୋଜକ ପ୍ରଶାନ୍ତ ରଣା ଓ ବଣ୍ଟି ସାହୁ ଦାୟିତ୍ୱ ପାଇଥିବା ବେଳେ ଏହି ବୈଠକରେ ଯୋଗ ଦେଇଥିଲେ ସାମ୍ବାଦିକ ଜିଜ୍ଞାଂଶୁ ସାହୁ,ଅସିତ କୁମାର ଦାସ,ଦିଲୀପ ମହାନ୍ତ,ପ୍ରଦୀପ ବେହେରା,ପ୍ରବୀର ବାନାର୍ଜୀ. ଦିଲୀପ ସାହୁ.ବିଶ୍ୱଜିତ ମହାନ୍ତ. ଅଂଶୁମାନ ବେହେରା, କୋଦଣ୍ଡ ଧର ବାରିକ,ହୃଷିକେଶ ମହାନ୍ତ, ପ୍ରଶାନ୍ତ ପ୍ରଧାନ,ଜଗବନ୍ଧୁ ମହାଳିକ, ରାଜକିଶୋର ମହାନ୍ତ,ଦିଲୀପ କୁମାର ଦ୍ରୀବେଦୀ,ଉତ୍ତମ ଦ୍ରୀବେଦୀ, ବିଶ୍ୱରଂଜନ ସାହୁ, ଶିବାନନ୍ଦ ସାହୁ, ପ୍ରମୁଖ କାର୍ଯ୍ୟ କର୍ତା ଗଣ ଉପସ୍ଥିତ ଥିଲେ।
Comments
Post a Comment