ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି କର୍ମକର୍ତା ଚୟନ
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି କର୍ମକର୍ତା ଚୟନ
ଝରୀଗାଁ ତା 20/7/24(ବ୍ରାହ୍ମ ମୁହୂର୍ତ୍ତ) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ଧୋଡ୍ରାସ୍ଥିତ ଅଲେଖ ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଜରୁରୀ ବୈଠକ ବ୍ରହ୍ମ ଅବଧିତ ପ୍ରକାଶ ବାବାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ଲ ଉକ୍ତ ସଭାରେ ପୁରୁଣା ପରିଚାଳନା କମିଟି କୁ ଭଙ୍କ କରାଯାଇ ଏକ ନୂଆ କମିଟି ଗଠନ ହେବା ନେଇ ବ୍ରହ୍ମ ଅବଧୂତ ପ୍ରକାଶ ବାବା ସୃଚନା ଦେଇଛନ୍ତି ଲ ଉକ୍ତ ସଭାରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ପ୍ରକାଶ ବାବା ଉପସଭାପତି ମଙ୍ଗଳା ମାଝୀ, ସମ୍ପାଦକ କେଦାରେଶ୍ୱର ପଟନାୟକ, ସହସମ୍ପାଦକ ଅରୁଣ ପନକା, ଆଇନ ପରାମର୍ଶଦାତା ଯୁଧିଷ୍ଟିର ପଳାଇ, ଅନୁସୃଚିତ ଜାତି ଓ ଜନ ଜାତି ସଭ୍ୟ ଭାଗିରଥି ନାୟକ, ଶିକ୍ଷାବିତ ଅରବିନ୍ଦ ଗୁପ୍ତା, ଡିଏଚଏସଇ ନୋମିନି ଯlଜ୍ଞସେନା କଚିମ, ସିଏଚ ଏସଇ ନୋମିନି କଳ୍ପିତା ବେହେରା,ପ୍ରମୁଖ ମନୋନୀତ ହୋଇଥିବାବେଳେ ଧୋଡ୍ରା ସରପଞ୍ଚ ମହେନ୍ଦ୍ର ଭତ୍ରା, ଜୟଦର ସୁନାନୀ,ଦୁବରାଜ ସିଂ, ମାଧବ ଭତ୍ରା, ମହେଶ୍ୱର ହରିଜନ, କୃଷ୍ଣ ପୂଜାରୀ, ଧନସିଂ ମଙ୍ଗଲି,ବରୁନ ପନକା ପ୍ରମୁଖ ଉପସ୍ଥିତ ଥିଲେ l ଆଗାମୀ ଦିନରେ ଅଲେଖ ମହିମା ଉଚ୍ଚ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନୂତନ କମିଟି କାର୍ଯ୍ୟ କରିବ ବୋଲି କମିଟି ର ସଭ୍ୟସଭ୍ୟାମାନେ ମତବ୍ୟକ୍ତ କରିଥିଲେ l
Comments
Post a Comment