ବିଜୁଳି ଘଡ ଘଡି ରୁ ଜଣେ ଆହତ ଦୁଇ ଜଣ ଗୁରୁତ୍ୱର
ବିଜୁଳି ଘଡ ଘଡି ରୁ ଜଣେ ଆହତ ଦୁଇ ଜଣ ଗୁରୁତର
ଝରୀଗାଁ ତା 21/7/24(ବ୍ରାହ୍ମ ମୁହୂର୍ତ୍ତ) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ପଞ୍ଚାୟତର କରମରୀ ଗ୍ରାମ ର 3 ଜଣଙ୍କୁ ଧାନପଲା ରୋଇବା ବେଳେ ବ୍ରଜପାତ ରେ ଆହତ ହେଇଛନ୍ତି l ଅପରାହ୍ନରେ ପ୍ରବଳ ବର୍ଷା ସହ ଘଡ ଘଡି ହେବା ସମୟରେ ବିଜୁଳି ମାରିଥିଲା l ଏହି ସମୟରେ ବ୍ରଜପାତ ହେବାରୁ 3 ଜଣ ମହିଳା ଆଚେତ ହୋଇ ବିଲରେ ହିଁ ପଡି ଯାଇଥିଲେ l ତେବେ ସେତି ମଧ୍ୟରୁ ଆମରିକା ପନକା(38) କୁ ବେଶୀ ଆହତ ହେଇଚି ଭଳି ଜଣାପଡିଛି l ଟିକ ଦୂରରେ ପଲା ରୋଇବା ଲୋକ ମାନେ ସଙ୍ଗେ ସଙ୍ଗେ ତାଙ୍କ ଘର ର ଲୋକ ଙ୍କୁ ଜଣାଇବାରୁ ଜଣକୁ କାର ରେ ଉମରକୋଟ ମେଡିକାଲ କୁ ନେଲେ l ଏ ବିଷୟରେ ଗାଁ ଲୋକ ଜାଣି ବାରୁ ସେ 2 ଜଣ କୁ କରୁଣା ପ୍ରଧାନୀ,(35) କସ୍ତୁରିବା ପ୍ରଧାନୀ (30)କୁ ଘରେନେଇ ଓମ୍ବୁଲାନସ କୁ ଯୋଗାଯୋଗ କରି ଗାଡ଼ି ଆସି ଉମରକୋଟ ମେଡିକାଲ ରେ ବର୍ତ୍ତୀ କରିଛନ୍ତି l ଡାକ୍ତର ତିନି ଜଣ ଙ୍କୁ ଚିକିତ୍ସା କରିବାରୁ ଜଣ ଙ୍କୁ ଆମେରିକା ପନକା କୁ ଉମରକୋଟ ମେଡିକାଲ ରୁ ନବରଙ୍ଗପୁର କୁ ସ୍ଥାନାନ୍ତର କରାଯାଇଛି l ଆଉ ଦୁଇ ଜଣ ଉମରକୋଟ ମେଡିକାଲ ହିଁ ଚିକିତ୍ସା ହେଉଥିବା ଜଣାପୋଡ଼ୁଛି l
Comments
Post a Comment