ଝରିଗାଁ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
ଝରିଗାଁ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
(୩୦ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ)
ଝରିଗାଁ(ବ୍ରାହ୍ମ ମୁହୂର୍ତ୍ତ)-୨୨/୦୭: ଆଜି ଝରିଗାଁ ଠାରେ ନବରଙ୍ଗପୁର ଜିଲ୍ଲାପାଳ ଡଃ. କମଳଲୋଚନ ମିଶ୍ରଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୩୦ ଅଭିଯୋଗ ଦାଖଲ ହୋଇଥିବା ବେଳେ ୨୩ ଅଭିଯୋଗ ବ୍ୟକ୍ତିଗତ ଏବଂ ୭ଟି ଅଭିଯୋଗ ଦଳଗତ ହୋଇଥିବା ସୂଚନା ମିଳିଛି। ଏହି ଅଭିଯୋଗ ଶୁଣାଣିରେ ମୋଟ ୮ଟି ଅଭିଯୋଗର ତ୍ଵରିତ ସମାଧାନ କରାଯାଇଥିବା ବେଳେ ୨୨ଟି ଅଭିଯୋଗର ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହି ପରିପ୍ରେକ୍ଷୀରେ ଜଣଙ୍କୁ ଟ୍ରାଇ ସାଇକେଲ, ୩୦ ଜଣଙ୍କୁ ଭତ୍ତା ବଣ୍ଟନ ଏବଂ ୨୨ ଜଣଙ୍କୁ ଶ୍ରବଣ ଜନ୍ତ୍ର ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ କମଳଲୋଚନ ମିଶ୍ରଙ୍କ ସହ ନବରଙ୍ଗପୁର ଏସପି ରୋହିତ୍ ବର୍ମା, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ବିରଞ୍ଚି ନାରାୟଣ ଦରୱାନ, ଝରିଗାଁ ତହସିଲଦାର ଶଙ୍କର ପଟ୍ଟନାୟକ, ବିଡିଓ ପ୍ରିତା କୁମାରଙ୍କ ସହ ମୋଟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Comments
Post a Comment