ସାଇଧାରା ଜଳପ୍ରପାତକୁ ଦର୍ଶନୀୟ ସ୍ଥାନ ମାନ୍ୟତା ପାଇଁ ପ୍ରସ୍ତାବ ଆଗତ
ସାଇଧାରା ଜଳପ୍ରପାତକୁ ଦର୍ଶନୀୟ ସ୍ଥାନ ମାନ୍ୟତା ପାଇଁ ପ୍ରସ୍ତାବ ଆଗତ
ଝରିଗାଁ-୨୪/୦୭(ବ୍ରାହ୍ମ ମୁହୂର୍ତ୍ତ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅଧୀନସ୍ଥ ସାଇଧାରା ଜଳପ୍ରପାତକୁ ଜିଲ୍ଲାର ଦର୍ଶନୀୟ ସ୍ଥାନ ତାଲିକାରେ ସାମିଲ କରିବା ପାଇଁ ଆଜି ଝରିଗାଁ ବ୍ଲକ୍ କୁଟ୍ରି ଛାପର ପଞ୍ଚI ୟତ ସମିତି ବୈଠକରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଦୀର୍ଘ ବର୍ଷ ହେବ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜଙ୍ଗଲ ପାହାଡ଼ ଘେରା ଜଳପ୍ରପାତ ଟିକୁ ଦେଖିବା ସହ ଏହାର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଲୋକଙ୍କ ଆଗମନ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି ଏହି ପର୍ଯ୍ୟଟନ ସ୍ଥଳ। ଫଳରେ ଅବହେଳିତ ଅବସ୍ଥାରେ ରହିଛି ଏହି ଦର୍ଶନୀୟ ସ୍ଥାନ। ତେଣୁ ଏହାକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ସହ ଏହାର ବିକାଶ ପାଇଁ ଆଜି ପଞ୍ଚାୟତ ସମିତି ବୈଠକରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଆଜିର ବୈଠକରେ ସରପଞ୍ଚ ବୃନ୍ଦି ସାନ୍ତାଙ୍କ ସହ ସମିତି ସଭ୍ୟ ପ୍ରସନ୍ନ ମାଝୀ, ନାଏବ ସରପଞ୍ଚ ନରସିଂହ ପୂଜାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଛବିଲାଲ ସାହୁଙ୍କ ସହ ସମସ୍ତ ମେମ୍ବର ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ।
Comments
Post a Comment