ଝରୀଗାଁ ଝାଡ଼ାବାନ୍ତି ଆକ୍ରାନ୍ତ - ମୃତ୍ୟୁ ସଂଖ୍ୟ ୪ ଛୁଇଁଲା
ଝରୀଗାଁ ଝାଡ଼ାବାନ୍ତି ଆକ୍ରାନ୍ତ - ମୃତ୍ୟୁ ସଂଖ୍ୟ ୪ ଛୁଇଁଲା
ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡଟେମରା ପଞ୍ଚାୟତ ଚେପିଟିଆମ୍ବା ଗ୍ରାମରେ ଝାଡ଼ା ବାନ୍ତି ଆକ୍ରାନ୍ତ ହୋଇ ପୂର୍ବରୁ ଗାଁ ର ତିନି ଜଣ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଗତ ଶନିବାର ରାତିରେ ଚେପଟି ଆମ୍ବା ଗ୍ରାମର ଡାଳ ଜାନି ଙ୍କ ବିଳମ୍ବିତ ରାତିରେ ଝରିଗାଁ ମେଡିକାଲ ରେ ମୃତ୍ୟୁ ହୋଇଛି।ଚେପ୍ଟିଆମ୍ବା ଗ୍ରାମର ଡ଼ାଲ ଜାନି, ଝରିଗାଁ ମେଡିକାଲରେ ଗୁରୁତର ଅବସ୍ଥାରେ ଗତ ଶୁକ୍ରବାର ସନ୍ଧ୍ୟାରୁ ଚିକିତ୍ସିତ ହେଉଥିଲେ l ପୂର୍ବରୁ ସେ ଡାଇରିଆ ଆକ୍ରାନ୍ତ ନବରଙ୍ଗପୁର ମୁଖ୍ୟ ଚିକିସ୍ୟାଳୟ ଚିକିତ୍ସା ହୋଇ ଆସୁଥିବା ବେଳେ କୋରାପୁଟ ମେଡ଼ିକାଲରେ ରେଫର କରାଯାଇଥିଲା। ଡାଳ ଜାନି କୋରାପୁଟ ମେଡିକାଲ ରେ ଚିକିତ୍ସିତ ହେଉଥିଲେ l ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ରହିଥିବା ସତ୍ବ୍ୟେ ପରିବାର ଲୋକେ ମେଡିକାଲ କର୍ତୃପକ୍ଷ ଙ୍କୁ ନଜାଣିଇ ଡାଲ ଜାନିଙ୍କୁ ଏକ ଗାଡି ଭଡ଼ା କରି ଚେପ୍ଟିଆମ୍ବା ଧରି ଆସିଥିଲେ l ଏହାପରେ ଗ୍ରାମରେ ଚାଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରର ଡକ୍ଟର ଏହି ବିଷୟରେ ଅବଗତ ହୋଇଥିଲେ l ପରିବାର ଲୋକଙ୍କୁ ବହୁତ ବୁଝାଶୁଝା କରିବା ପରେ ଡାଲଙ୍କୁ ଝରିଗାଁ ମେଡିକାଲ୍ ଅଣାଯାଇଥିଲା l ଏହାପରେ ଚିକିତ୍ସା ଚାଲିଥିବା ସମୟରେ ଶନିବାର ବିଳମ୍ୱ ରାତିରେ ଡାଲ ଜାନିଙ୍କ ମୃତ୍ୟୁ ହୋଇଛି l ତେବେ ଡ଼ାଲ ଜାନିଙ୍କ ସାନ ପୁଅ ମଧୁ ଜାନି ଡାଇରିଆରେ ଆକ୍ରାନ୍ତ ହୋଇ ଗତ ୮ତାରିଖ ବିଳମ୍ୱ ରାତିରେ ନବରଙ୍ଗପୁର ମେଡିକାଲରେ ମୃତ୍ୟୁ ବରଣ କରିଥିଲେ।ତେବେ ଚେପ୍ଟିଆମ୍ବା ଗ୍ରାମରେ ଝାଡ଼ା ବାନ୍ତି ରେ ୩ଜଣ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଜଣକ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ୪ ଛୁଇଁଛି।ତେବେ ଏସମ୍ପର୍କ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କୁ ପଚାରିବାରୁ ଡାଳ ଜାନି ଙ୍କ ମୃତ୍ୟୁ ଝାଡ଼ା ବାନ୍ତି ରେ ମୃତ୍ୟୁ ହୋଇନଥିବା ବେଳେ କୀଡୀନି ଜନିତ ରୋଗ ଏବଂ ନିମୋନିଆ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା କହିଛନ୍ତି। ଡାଳ ଜାନି ଙ୍କୁ କୀଡୀନି ଜନିତ ରୋଗ ପାଇଁ କୋରାପୁଟ ମେଡିକାଲ ରେ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ କାହାକୁ କିଛି ନଜଣାଇ ପରିବାର ଲୋକ ଘରକୁ ନେଇଯାଇଥିଲେ। ପରିବାର କୁ ବୁଝା ସୁଝା କରାଇ ଝରିଗାଁ ମେଡିକାଲ ରେ ବର୍ତ୍ତି କରାଯାଇଥିଲା ବୋଲି କହିଛନ୍ତି।
Comments
Post a Comment