ପିଏମ ଆବାସ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

ପିଏମ ଆବାସ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ 
ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ)-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ର ଏକାମ୍ବା ପଞ୍ଚାୟତରେ ଏବେବି ବିପଦ ସଙ୍କୁଳ କଚା ଘରେ ବହୁ ପରିବାର ରହୁଛନ୍ତି ଯେଉଁମାନେ ଟିକେ ବର୍ଷା ହେଲେ ନାହିଁ ନଥିଲା ଅସୁବିଧା ସମୁଖୀନ ହୋଇ ଆସୁଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ଧରି ଝରୀଗାଁ ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଥିବା ବେଲେ ତାର ପ୍ରଭାବରେ ଏକାମ୍ବା ପଂଚାୟତ ଅନ୍ତର୍ଗତ ଧନପୁର ଗ୍ରାମର ୩ପରିବାର ପ୍ରଭାବିତ ହୋଇଛି |ଲଗାଣ ବର୍ଷାରେ ସେମାନଙ୍କ ଘର ସବୁ ଭାଙ୍ଗିଯିବା ପରେ ଏବେ ପଡୋଶୀ ଘରେ ଘରେ ମୁଣ୍ଡିଗୁଞ୍ଜି ଥିବା ଖବର ମିଲିଛି |ଧନପୁର ଗ୍ରାମର ପିଲା ହରିଜନ (୨୮) ସ୍ତ୍ରୀ  ହେମlବତୀ ହରିଜନ (୨୬)ଓ ଦୁଇ ପୁଅଝିଅ ନବୀନ ହରିଜନ (୭)ଓ ଭବାନୀ ହରିଜନ(୯) ଙ୍କୁ ଧରି ପଡୋଶୀ ଘରେ ଆଶ୍ରୟ ନେଇଥିବା ବେଲେ ବିଧବା କମଳା ଗୌଡ଼(୫୦) ମଧ୍ୟ ଗୋଟିଏ  ୧୬ବର୍ଷର ଯୁବା ଝିଅ ଭବାନୀ ଗୌଡ଼ ସହ ଭଙ୍ଗା କୁଡ଼ିଆ ଘରେ ଆଶ୍ରୟ ନେଇଛି |ଠିକ ସେହିଭଳି ବିଧବା କୟନା ଗୌଡ଼(୬୪) ମଧ୍ୟ ଘର ଭାଙ୍ଗିଯିବା ପରେ ବାସହରା ହୋଇ ପଡିଛି ଓ ପଡୋଶୀ ଘରେ ଆଶ୍ରୟ ନେଇଛି |ଗାଁ ର ଜୟଦେବ ଗୌଡ଼, କୃଷ୍ଣ ହରିଜନ, ବୁଟୁ ଗୌଡ଼, ନୀଳାମ୍ବର ଗୌଡ଼, ଧନସିଂ ଗୌଡ଼, ଅର୍ଜୁନ ଗଣ୍ଡ, ଗଣମାଧ୍ୟମ ଆଗରେ କହିଛନ୍ତି ଦେଶର ସୁନାମ ଧନ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରେ ରବିବାର ଦିନ ଏବଂ ଆମ ରାଜଧାନୀ ଭୁବନେଶ୍ବରରେ ଲକ୍ଷାଧିକ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ନିର୍ମାଣ କରି ବଣ୍ଟନ କରୁଥିଲା ବେଳେ ଆମଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁର କାହିଁକି ଦୃଷ୍ଟି ଆଢ଼ୁଆଳରେ ରହିଛି ତାର ସ୍ଥିତି ଝରୀଗାଁ ବିଧାୟକ ଏବଂ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏମାନଙ୍କ ଥଇଥାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି |

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ