ବେକରେ ଫାସୀହୋଇ ମହିଳାଙ୍କ ଆତ୍ମହତ୍ୟା |ପରିବାରଲୋକଙ୍କ ହତ୍ୟା ଅଭିଯୋଗ |
ବେକରେ ଫାସୀହୋଇ ମହିଳାଙ୍କ ଆତ୍ମହତ୍ୟା |ପରିବାରଲୋକଙ୍କ ହତ୍ୟା ଅଭିଯୋଗ |
ଝରୀଗାଁ ତା ୧୭/୦୯-(ରାମଦାସ ଭତ୍ରାଙ୍କ ରିପୋର୍ଟ) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଗୁଡ଼ିପଦର ଗାଁର ନିଜ ପିନ୍ଧା ଶାଢୀକୁ ବେକରେ ଦେଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ଏବେ ଅଞ୍ଚଳରେ ଶୋକର ଛାୟା ଖେଳେଇ ଦେଇଛି |ଅନ୍ୟପଟେ ମୃତକାଙ୍କ ପରିବାରଲୋକେ ହତ୍ୟାର ଅଭିଯୋଗ ଆଣିଛନ୍ତି |ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ତେଲନଦୀ ପଂଚାୟତ ଅନ୍ତର୍ଗତ ଗୁଡ଼ିପଦର ଗ୍ରାମରେ |ଗ୍ରାମର ପିତ ଗୌଡ଼(୨୯)ଙ୍କ ସ୍ତ୍ରୀ ଗୁରୁବାରୀ ଗୌଡ଼ (୨୪)ନିଜ ଘରଠାରୁ ଅଳ୍ପ ଦୂରରେ ଥିବା ଏକ କେନ୍ଦୁଗଛରେ ଫାସୀ ହୋଇ ଓହଳି ପଡିଛନ୍ତି |ଏନେଇ ମୃତକାଙ୍କ ସ୍ୱାମୀ ପିତ ଗୌଡ଼ ଝରୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି |ପିତଙ୍କ ଅଭିଯୋଗ ପ୍ରକାରେ ଗତକାଲି ସକାଳ ୭ଘଟିକା ସମୟରେ ତାଙ୍କ ଗ୍ରାମର ବେଣୁ ଗୌଡ଼ଙ୍କ ପୁଅ ରାମ ଗୌଡ଼ ତାଙ୍କ ସ୍ତ୍ରୀ ଗୁରୁବାରୀଙ୍କୁ ଡାକିବାକୁ ଆସିଥିଲେ |ସେତେବେଳେ ଗୁରୁବାରୀ ରୋଷେଇ ଘରେ ରୋଷେଇ କରୁଥିଲେ |ପିତ ଗୁରୁବାରୀଙ୍କୁ ରାମ ଡାକିବାକୁ ଆସିଥିବା କହି ଘାସ କାଟିବା ପାଇଁ ଘରୁ ବାହାରି ଯାଇଥିଲା |ପରେ ଘରକୁ ଆସିଦେଖିଲା ବେଳକୁ ଗୁରୁବାରୀ ଘରେ ନାହିଁ |ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ଗୁରୁବାରୀର ସନ୍ଧାନ ମିଳିନଥିଲା |ଆଜି ପୁଣି ସକାଳୁ ଖୋଜିବାକୁ ବାହାରି ସକାଳ ପ୍ରାୟ ୯ଘଟିକା ସମୟରେ ଗୁରୁବାରୀକୁ ଘର ଠାରୁ କିଛି ଦୂରରେ ଥିବା ଏକ କେନ୍ଦୁଗଛରେ ନିଜ ପିନ୍ଧା ଶାଢୀରେ ଫାସୀହୋଇ ଗଛରେ ଓହଳି ପଡ଼ିଥିବା ଦେଖିବାକୁ ପାଇଥିଲେ |ତେଵେ ଘରେ କୌଣସି ପ୍ରକାର ଗଣ୍ଡଗୋଳ ନଥାଇ କେମିତି ଗୁରୁବାରୀ ଆତ୍ମହତ୍ୟା କଲା ତାହା ପରିବାରଲୋକଙ୍କୁ ସନ୍ଦେହ ଘେରରେ ପକେଇ ଦେଇଛି |
Comments
Post a Comment