୨୫ବର୍ଷ ଶାସନ କାଳରେ ଶବ ବାହକ ଗାଡ଼ି ଖଣ୍ଡେ ର ସୁବିଧା ନାହିଁ - ଝାରସୁଗୁଡ଼ା
୨୫ବର୍ଷ ଶାସନ କାଳରେ ଶବ ବାହକ ଗାଡ଼ି ଖଣ୍ଡେ ର ସୁବିଧା ନାହିଁ - ଝାରସୁଗୁଡ଼ା
କୋଲାବିରା ୧୯- ୯(ବ୍ରାହ୍ମ ମୁହୂର୍ତ୍ତ): ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ଏବେକାର ଶହେ ଦିନର ସରକାରଙ୍କ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ପୂର୍ବରୁ ଥିବା ୨୫ ବର୍ଷର ସରକାରଙ୍କ ବିକଶିତ ଓଡ଼ିଶାରେ କିପରି ବୁଝାମଣା ସୁସ୍ଥତା ରୂପ ଧାରଣ କରିଥିଲା ତାହା ଏବେ ଦେଖିବାକୁ ମିଳିଛି
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ମିଳିଥିବା ସୂଚନା ଅନୁସାରେ ଶବ ବାହକ ଗାଡ଼ି ନଥୁବାରୁ ଆଜି ୧୬ ଘଣ୍ଟା ଧରି ପଡ଼ିଲା ମୃତଦେହ। ଘଟଣାକୁ ନେଇ ପୋଲିସ ଓ ଡ଼ାକ୍ତରଙ୍କ ଅନ୍ଧାରିଆ ବୁଝାମଣା ବିଭିନ୍ନ ମହଲରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି।
ସୂଚନାମତେ, ବ୍ଳକର ଭୋଗରାପାଲି ଗାଁର ସ୍ୱର୍ଗତ ଟୋକାରାମ ଡନସନାଙ୍କ ସ୍ତ୍ରୀ ଖୂରୋଦିନି ଡନସନା (୪୫) ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ଏକ ଅଟୋରେ ଦୁଇ ପୁଅ ଭୂପେନ୍ଦ୍ର ଓ ବିଜୟ କୋଲାବିରା ଡାକ୍ତରଖାନା ଆଣିଥିଲେ। ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ଅପରାହ୍ନ ପ୍ରାୟ ୪ ଟାରେ ଘରକୁ ଫେରିଥିଲେ। ମାତ୍ର ଘରକୁ ଯିବାର ପ୍ରାୟ ୨ ଘଣ୍ଟା । ପରେ ପୁଣି ଗୁରୁତର ହୋଇଥିଲେ। ଦୁଇ ପୁଅ ଓ କିଛି କିଛି ଗ୍ରାମବାସୀ ସନ୍ଧ୍ୟା ପ୍ରାୟ ୬ ଟାରେ ପୁଣି ଡାକ୍ତରଖାନ ଆଣିଥିଲେ। ମାତ୍ର ଯାଞ୍ଚ ପରେ ଡାକ୍ତର ଖୂରୋଦିନିଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ ମୃତଦେହ ଘରକୁ ଆଣିବା ପାଇଁ ଶବ ବାହକ ଗାଡ଼ି ଖୋଜିଥିଲେ। ଭୋଗରାପାଲିରୁ ଡାକ୍ତରଖାନା ମାତ୍ର ୭ କିମି ଦୂର ହେଲେ କୌଣସି ଗାଡ଼ି ଶବ ନେବା ପାଇଁ ରାଜି ହୋଇ ନଥିଲେ। ବହୁ ଖୋଜାଖୋଜି ପରେ ରାତି ୧୨ ଟାରେ ଝାରସୁଗୁଡ଼ାର ଏକ ଘରୋଇ ଗାଡ଼ି ଡାକ୍ତରଖାନାକୁ ଆସିଥିଲା। ପରିସ୍ଥିତିକୁ ଦେଖ୍ ଡାକ୍ତର ପୋଷ୍ଟମର୍ଟମ ପାଇଁ ଲେଖିବା ସହ ପୁଲିସକୁ ସୂଚନା ଦେଇଥିଲେ। ଫଳରେ କୋଲାବିରା ଥାନା ପୁଲିସ ଡାକ୍ତରଖାନା ପହଞ୍ଚି ଶବ ଘରକୁ ନେବା ପାଇଁ ବାରଣ କରିଥିଲେ। ସକାଳେ ଝାରସୁଗୁଡ଼ାକୁ ନେଇ ଶବ ବ୍ୟବଚ୍ଛେଦ କରାଯିବ ବୋଲି କହିଥିଲେ। ଫଳରେ ଶବ ନେବା ପାଇଁ ଝାରସୁଗୁଡ଼ାରୁ ଆସିଥିବା ଗାଡ଼ିଟି ସକାଳ ପର୍ଯ୍ୟନ୍ତ ଅପେକ୍ଷା ନକରି ୧ ହଜାର ଟଙ୍କା ଭଡ଼ା ନେଇ ଫେରି ଯାଇଥିଲା। ପରିବାର ଲୋକେ ସକାଳୁ ପୁଣି ମୃତଦେହ ଝାରସୁଗୁଡ଼ା ନେବା ପାଇଁ ଗାଡ଼ି ଖୋଜିଥିଲେ। ଏଭଳି ପ୍ରାୟ ୧୬ ଘଣ୍ଟା ମୃତଦେହ ଡାକ୍ତରଖାନା ରେ ପଡ଼ି ରହିବା ପରେ ବହୁ କଷ୍ଟରେ ବୁଧବାର ୧୧ ଟାରେ ଏକ ଗାଡ଼ି ଆସି ଝାରସୁଗୁଡ଼ା ନେଇଥିଲା। ବ୍ୟବଚ୍ଛେଦ ପରେ ଭୋଗରାପାଲିରେ ଛାଡ଼ିଥିଲା। ଶୋକାକୁଳ ପରିବେଶରେ ଅପରାହ୍ନ ପ୍ରାୟ ୪ଟାରେ ଗାଁ ଶ୍ମଶାନରେ ଶେଷକୃତ୍ୟ ହୋଇଥୁଲା ତେବେ ଗାଁକୁ ଶବ ଆଣିଥିବା ଗାଡ଼ିଟି ୨୬୦୦ ଟଙ୍କା ଭଡ଼ା ନେଇଥିଲା। ମହିଳାଙ୍କ ମୃତ୍ୟୁ ପରେ ପ୍ରଥମେ ଶବ ଘରକୁ ନେବାକୁ ଡାକ୍ତର କହିଲେ। ବହୁ କଷ୍ଟରେ ଗାଡ଼ି ପାଇବା ପରେ ପୁଣି ବ୍ୟବଚ୍ଛେଦ ପାଇଁ କହିଥିଲେ । ଫଳରେ ପରିବାର ଲୋକେ ଖର୍ଚ୍ଚାନ୍ତ ହେବା ସହ ଶବ ୧୬ ଘଣ୍ଟା ପଡ଼ି ରହିଲା ବୋଲି ଅସନ୍ତୋଷ ପ୍ରକାଶ ପାଉଛି। ଏହି ଘଟଣା ପରେ କୋଲାବିରା ବ୍ଳକ ସଦର ମହକୁମାରେ ଏକ ଶବ ବାହକ ଗାଡ଼ି ରହିବା ଜରୁରୀ ବୋଲି ସମାସିଂହା ପୂର୍ବତନ ସରପଞ୍ଚ ହେମନ୍ତ ସାହୁ ଦାବି କରିଛନ୍ତି ସ୍ବଳ୍ପ ଦରରେ ଗାଡ଼ି ଯୋଗାଇ ଦେଲେ ଅଂଚଳବାସୀ ଉପକୃତ ହେବେ ବୋଲି କହିଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଳକ ସ୍ତରରେ ଏଭଳି ସାଧାରଣ ଘଟଣାକୁ ଅସାଧାରଣ ରୂପରେ ଯୋଜନାବଦ୍ଧ ଭାବରେ ଚିତ୍ରିତ କରିବା ଘଟଣା ନେଇ ଜିଲ୍ଲା ସଚେତନ ନାଗରିକ ମହଲରେ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଡାକ୍ତରଙ୍କ ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କୁହନ୍ତି। ସ୍ଥାନୀୟ ସ୍ଵାସ୍ଥ୍ୟ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହିତ ନବ ନିର୍ବାଚିତ ଜନ ପ୍ରତିନିଧି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
Comments
Post a Comment