ଗଞ୍ଜାମ ଜିଲ୍ଲା ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ଅନ୍ଧାରୀ ନୀତି ପ୍ରତି ବିଭାଗୀୟ ମନ୍ତ୍ରୀ କେତେ ସଚେତନ !!
ରିପୋର୍ଟ - ସନ୍ତୋଷ କୁମାର ପଣ୍ଡା, ଜିଲ୍ଲା ପ୍ରତିନିଧି, ଗଞ୍ଜାମ
ଭୁବନେଶ୍ଵର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) -: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ଗୁଡ଼ିକୁ ଜିଲ୍ଲାର ବିଭିନ୍ନ ବ୍ଳକ ସ୍ତରରେ ଏଭଳି ଭାବେ କାର୍ଯ୍ୟକ୍ଷମ ହେଉଛି ଯାହା ଭିତରେ ଦେଖିବାକୁ ମିଳୁଛି ବିଭିନ୍ନ ସମୟରେ ନାନା ପ୍ରକାରର ଅନ୍ଧାରିଆ ବୁଝାମଣା ମାଧ୍ୟମରେ ଲକ୍ଷାଧିକ ଟଙ୍କାର ରାଜକୋଷକୁ ଲୁଟ୍ କରିବା ଭଳି ଦୁର୍ନୀତି ଯୁକ୍ତ ଅଧ୍ୟାୟ। ରାଜ୍ୟର ପ୍ରତ୍ୟେକ ବିଧାନସଭା ଅଧିବେଶନ ବଜେଟରେ ଏହି ବିଭାଗ ପାଇଁ ପ୍ରସ୍ତୁତି ବ୍ୟୟ ଅଟକଳ ପ୍ରତି ଦୃଷ୍ଟିଦେଇ ଜିଲ୍ଲା ସ୍ତରରେ ନଜର ଦେଇ କିଛି ବରିଷ୍ଠ ସାମ୍ବାଦିକ ଏବଂ ସଚେତନ ନାଗରିକ ବିଭିନ୍ନ ଜିଲ୍ଲାର କାର୍ଯ୍ୟ କ୍ଷେତ୍ରରେ ହେଉଥିବା ଖର୍ଚ୍ଚ ପ୍ରତି ଅନୁଧ୍ୟାନ କଲାପରେ ଗଣମାଧ୍ୟମରେ ନିଜ ମତାମତ ରଖିଛନ୍ତି। ଯାହା ଶୁଣିବା ପରେ ସାମ୍ନାକୁ ଆସିଛି ବିଭିନ୍ନ ଜିଲ୍ଲାର ଖର୍ଚ୍ଚ ପ୍ରତି ହୋଇଥିବା ଅନ୍ଧାରିଆ ବୁଝାମଣା ମାଧ୍ୟମରେ ଲକ୍ଷାଧିକ ଟଙ୍କା କିପରି ଲୁଟ୍ କରିବା ଭଳି ଦୁର୍ନୀତି ଯୁକ୍ତ କଳା କାରନାମା। ଏହି କ୍ରମରେ ସର୍ବ ପ୍ରଥମେ ଗଞ୍ଜାମ ଜିଲ୍ଲା ରହିଥିବା ଜଣାପଡିଛି। ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାଣିବାକୁ ଚାହୁଁଥିବା ତଥ୍ୟ ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ରାଜ୍ୟର ସମସ୍ତ ଜିଲ୍ଲା ଗୁଡ଼ିକ ଭିତରେ ଗଞ୍ଜାମ ହେଉଛି ସବୁଠାରୁ ଅଧିକ ବ୍ଳକ ରହିଥିବା ଦ୍ଵିତୀୟ ବୃହତ୍ତମ ଜିଲ୍ଲା ପ୍ରଥମରେ ମୟୁରଭଞ୍ଜ ଜିଲ୍ଲା ରହିଛି ସେହି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ରାଜ୍ୟ ସରକାରଙ୍କ ବଜେଟରେ ସିଂହଭାଗ ପାଇଥାଏ , ଯାହା ସରକାରୀ ପୋର୍ଟାଲରୁ ଜାଣିବାକୁ ମିଳିଛି। ପୂର୍ବ ବର୍ଷ ୨୦୧୯-୨୦ ରାଜ୍ୟର ତଥ୍ୟ କହୁଛି ସମୁଦାୟ ୨୮୨୫୫.୫୪(ଲକ୍ଷରେ) ଖର୍ଚ୍ଚ ପ୍ରସ୍ତୁତି ହୋଇଥିବା ଜଣାଯାଏ। ସେହି ଆଧାରରେ ଜିଲ୍ଲା ପ୍ରତି ଭାଗ କେତେ ପଡ଼ିଥାଏ ସହଜରେ ଅନୁମାନ କରାଯାଏ। ରାଜ୍ୟର ସମସ୍ତ ଜିଲ୍ଲା ଅନ୍ତର୍ଗତ ବ୍ଳକ ଅଧିନରେ ଥିବା ଭେଟେନାରୀ ଡିସ୍ପେନସାରୀ ଗୁଡ଼ିକର ମାସିକ ଖର୍ଚ୍ଚ ଠାରୁ କର୍ମଚାରୀ ଦରମା ଏବଂ ବିଭିନ୍ନ ପ୍ରକାରର ପ୍ରାଣୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଔଷଧ ଏବଂ ପ୍ରତିଷେଧକ ଟୀକା ପ୍ରଦାନ ବାବଦରେ ହେଉଥିବା ଖର୍ଚ୍ଚ ଏବଂ କାର୍ଯ୍ୟାଳୟ ଆଧୁନିକୀକରଣ ମରାମତି ଭଳି ଖର୍ଚ୍ଚ କରିବାକୁ ପଛାଇ ନାହାନ୍ତି ଅଧିକାରୀ। ଏଭଳି ସ୍ଥିତିରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ଆବଶ୍ୟକତା ପୂରଣ ପାଇଁ ଲକ୍ଷାଧିକ ଟଙ୍କା କିପରି କେଉଁ ସବୁ ବାବଦରେ ଖର୍ଚ୍ଚ ହେଉଛି ତାହାର ସମସ୍ତ ପ୍ରକାରର ତଥ୍ୟ ଏବେ ଧିରେଧିରେ ଠେଲିକରି ପଦାକୁ ଆସିବାରେ ଲାଗିଛି। ଏସବୁ ପ୍ରତି ଅନୁଧ୍ୟାନ କଲାପରେ ଗଣମାଧ୍ୟମରେ ନିଜ ମତାମତ ରଖିଛନ୍ତି ସଚେତନ ନାଗରିକ ମାନେ। ଆଗାମୀ ଦିନରେ ଜିଲ୍ଲା ଅଧୀନ ବିଭିନ୍ନ ବ୍ଳକ ଅନ୍ତର୍ଗତ କାର୍ଯ୍ୟାଳୟ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ହସ୍ତଗତ ହେଲେ ବିଭାଗରେ କିପରି ହେଉଛି ଖର୍ଚ୍ଚ ଏବଂ ବିଭାଗୀୟ ଅଧିକାରୀଙ୍କ ଅନ୍ଧାରିଆ ବୁଝାମଣା ତା'ର ସମସ୍ତ ଗୁମର ଖୋଲିବ ବୋଲି ସୂଚନା ଦେଇଛନ୍ତି। କ୍ରମଶଃ... ଆଗାମୀ ସଂଖ୍ୟାରେ।।
Comments
Post a Comment