ସର୍ବ ସାଧାରଣ ଜମି ହଡପ ଘଟଣାକୁ ନେଇ ଥାନାର ଦ୍ୱାରସ୍ତ ହେଲେ ଗ୍ରାମବାସୀ |

ସର୍ବ ସାଧାରଣ ଜମି ହଡପ ଘଟଣାକୁ ନେଇ ଥାନାର ଦ୍ୱାରସ୍ତ ହେଲେ ଗ୍ରାମବାସୀ |

ଝରୀଗାଁ ତା ୨୧/୦୯(ବ୍ରାହ୍ମ ମୁହୂର୍ତ୍ତ)-ସ୍କୁଲ ପାଚେରୀକୁ ଲାଗି ରହିଥିବା ସର୍ବ ସାଧାରଣ ଜାଗା ଉପରେ ଗ୍ରାମର ଦୁଇ ବ୍ୟକ୍ତି ମାଡିବସି ତାଉପରେ ଘର କରି ବ୍ୟବସାୟ ଚଳେଇ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ |ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଵେଲଗାଁ ପଂଚାୟତ ଅଧୀନରେ ଥିବା କର୍ମରୀ ଆଶ୍ରମ ବିଦ୍ୟାଳୟର ପାଚେରୀକୁ ଲାଗି ୮ଏକର ୫୦ସେଣ୍ଟ ଜାଗା ଝରୀଗାଁ ତହସିଲଦାର ଏବଂ ବେଲଗାଁ ଆର ଆଇ ଉଭୟେ ଆସି ଚି଼ହ୍ନଟ କରିଦେବା ପରେ ଗ୍ରାମବାସୀ ଉକ୍ତ ସ୍ଥାନରେ ସ୍କୁଲଘର ନିର୍ମାଣ କରାଯିବା ନେଇ ନିଷ୍ପତି ନେଇଥିଲେ ଓ ପୂର୍ବତନ ସାଂସଦ, ବିଧାୟକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ସ୍କୁଲଘର ପାଇଁ ବାରମ୍ବାର ଦରଖାସ୍ତ କରିଥିଲେ |ହେଲେ ବାରମ୍ବାର ଦରଖାସ୍ତ ଦେବା ପରେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ |ଇତି ମଧ୍ୟରେ ଗ୍ରାମର ଦୁଇବ୍ୟକ୍ତି ( ମହମ୍ମଦ ଅନିଶ ହିଙ୍ଗାରା   )ଜବର ଦଖଲ କରି ଉକ୍ତ ଜମି ଉପରେ ଗୃହ ନିର୍ମାଣ କରି ବ୍ୟବସାୟ ଚଳାଉଥିବା ନେଇ ଗ୍ରାମବାସୀ ଥାନାରେ ଏକ ଏତଲା ଦେଇଛନ୍ତି |ହଡପକାରୀମାନେ ସେଠାରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କଲା ସମୟରେ ମଧ୍ୟ ଗ୍ରାମବାସୀ ସ୍ଥାନୀୟ ତହସିଲଦାରଙ୍କ ଦ୍ୱାରସ୍ତ ହୋଇଥିଲେ |ତହସିଲଦାର ଘଟଣା ସ୍ଥଳରେ ପହଂଚି ଘରକାର୍ଯ୍ୟ ବନ୍ଦ କରିବାକୁ ତଦାରଖ କରିଥିଲେ |ହେଲେ ତହସିଲଦାରଙ୍କ ଆଦେଶକୁ ମଧ୍ୟ ଅବମାନନା କରି ଉକ୍ତ ଜାଗାରେ ଘର ତିଆରି କରି ଏବେ ବ୍ୟବସାୟ ମଧ୍ୟ ଆରମ୍ଭ କରିଦେଲେଣି |ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ପୁଣିଥରେ ଜାଗା ଚି଼ହ୍ନଟ କରାଯିବା ସହ ଉକ୍ତ ଜାଗାକୁ ବିଦ୍ୟାଳୟ ପରିସର ଭୁକ୍ତ କରାଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି | ମୋହନ ପୂଜାରୀ, ଧର୍ମୁ ଭତ୍ରା, ଲେମ୍ବୁଧର ମାଝୀ, ପ୍ରପୁଲ ପୂଜାରୀ, ପଦୁ ପୂଜାରୀ, ପଦୁ ଭତ୍ରା, ନରେନ୍ଦ୍ର ପନକା, ଯଡ଼େଶ୍ୱର ସାହୁ, ଯାଦବ ପନକା, ଶମ୍ବୁ ସାହୁ, ମୋହନ କେଉଟ, ଧନସିଂ କେଉଟ, ହରିଚଦ୍ର ପ୍ରଧାନୀ, ଜୟଦେବ ସାନ୍ତା, ଦୁର୍ଯ୍ୟୋଧନ ପ୍ରଧାନୀ, କୁଷ୍ଟ ଭତ୍ରା, ରୁପସୀଙ୍ଗ ଗୌଡ଼, ସଦନନ୍ଦ ଭତ୍ରା, କସ୍ତୁରୀ ମାଝୀ, ଏମେନ ସାହୁ, କମଲ ଭତ୍ରା, ଲୋଚମନ ଭତ୍ରା l ପ୍ରଶାସନ ଯଦି ଆକସନ ନେବେ ନାହିଁ ତେବେ ରାଜ ରାସ୍ତାରେ ଗ୍ରାମ ବାସି ହଲାଇବେ ବୋଲି ଚେତାବନୀ ଦେଇଛନ୍ତି l

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ