ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନା ଉନ୍ମୋଚନ ଉତ୍ସବରେ ଯୋଗଦେବା ପାଇଁ ଝାରସୁଗୁଡ଼ା ଜିଲ୍ଲାରୁ ୧୦୦ ମହିଳାଙ୍କ ଭୁବନେଶ୍ଵର ଯାତ୍ରା

ଝାରସୁଗୁଡ଼ା (ବ୍ରାହ୍ମ ମୁହୂର୍ତ୍ତ):- ଆସନ୍ତା କାଲି ଅର୍ଥାତ୍ ତା ୧୭ରିଖ ଦିନ ଭୁବନେଶ୍ଵରଠାରେ ଅନୁଷ୍ଠିତ ହେବାକୁ ଥିବା ସୁଭଦ୍ରା ଉନ୍ମୋଚନ ଯାତ୍ରାରେ ଅଂଶ ଗ୍ରହଣ ସକାଶେ ଝାରସୁଗୁଡ଼ାରୁ  ୧୦୦ଜଣ ମହିଳା ଆଜି ଭୁବନେଶ୍ୱର ଯାତ୍ରା କରିଛନ୍ତି । ରାଜ୍ୟ ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳମାନଙ୍କରୁ ଏହି ମହିଳାମାନେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକତ୍ରିତ ହେବା ପରେ ଦୁଇଟି ବସ  ଯୋଗେ ଏସ୍କର୍ଟ ଅଧିକାରୀଙ୍କ ସହ ଯାତ୍ରା କରିଛନ୍ତି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ  ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା,ଜିଲ୍ଳା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ଋତ , ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଡି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୂଣ୍ୟବତୀ ହେଲେନ ଖେସ୍ , ଓରମାସ ଡେପୁଟି ସିଇଓ ଯୁବରାଜ ସାହୁ , ଓଡ଼ିଶା ଜୀବିକା ମିଶନ ଡି ପି ଏମ୍ ନିଳୀମା କୁଜୁର 
 ପ୍ରମୁଖ  ମହିଳାମାନଙ୍କୁ ଯାତ୍ରା ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ।  ସୂଚନାଯୋଗ୍ୟ, ଓଡ଼ିଶାରେ ନୂତନ ଭାବରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ସୁଭଦ୍ରା ଯୋଜନାକୁ ମାନ୍ୟବର ପ୍ରଧାନମନ୍ତ୍ରୀ  ଭୁବନେଶ୍ଵରଠାରେ ଆସନ୍ତା ୧୭ତାରିଖରେ ଶୁଭାରମ୍ଭ କରିବେ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ