ଆଧାର ସଂଯୋଗିକରଣ ଓ ସଂଶୋଧନ ପାଇଁ ମୁହଁ ଦେଖି କାରବାର - ଯାଜପୁର

ଆଧାର ସଂଯୋଗିକରଣ ଓ ସଂଶୋଧନ ପାଇଁ ମୁହଁ ଦେଖି କାରବାର - ଯାଜପୁର 

ଯାଜପୁର/ବ୍ୟାସନଗର ; ୧୯/୦୯(ବ୍ୟୁରୋ): ସରକାରଙ୍କ ନିର୍ଦ୍ଦେଶନାମା ପରେ ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କ୍ ଲିଙ୍କ ଓ ରାସନ କାର୍ଡ ରେ ଆଧାର ସଂଯୋଗିକରଣ ଓ ସଂଶୋଧନ ପାଇଁ ବ୍ୟାଙ୍କ୍ ତଥା ବି ଏସ ଏନ ଏଲ୍ କାର୍ଯ୍ୟାଳୟରେ ଲାଗୁଛି ଅସମ୍ଭାଳ ଭିଡ। ଏଥି ପାଇଁ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ ଯେ ବିଏସଏନଏଲ୍ କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀ ଲିଙ୍କ ନଥିବା କହି ଲୋକଙ୍କୁ ଫେରାଉଛନ୍ତି କିନ୍ତୁ ଏହି କାର୍ଯ୍ୟାଳୟରେ ଲୋକଙ୍କ ଠାରୁ ଅଧିକ ପଇସା  ଚାର୍ଜ କରି ସେମାନଙ୍କ ସଂଯୋଗିକରଣ କାମ କରୁଥିବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ୟୁନିଅନ ବ୍ୟାଙ୍କ୍ ରେ ଆଧାର ସଂଶୋଧନ ଚାଲିଥିବା ବେଳେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଛି ଇତି ମଧ୍ୟରେ ବ୍ୟାଙ୍କ୍ ପରିସର ରେ ଲାଇଟ୍ ଚାଲିଗଲେ ଜେନେରେଟର ନଥିବା ଯୋଗୁଁ ଭୀଷଣ ଗରମରେ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସଂଯୋଗି କରଣ କରୁଥିବା ବ୍ୟକ୍ତି ଜଣକ କହୁଛନ୍ତି ଲିଙ୍କ ନାହିଁ,ହେଇପାରିବ ନାହିଁ,ଏକ ଅକ୍ଟୋବର ପରେ ଆସନ୍ତୁ ଏମିତି ଅନେକ ବାହାନା କହି ଲୋକଙ୍କୁ ଫେରାଉଛନ୍ତି। କିଛି ଲୋକଙ୍କ କାର୍ଯ୍ୟ ଭିତିରିଆ ହେଉଥିବା ମଧ୍ୟ ଅଭିଯୋଗ ସାମ୍ନାକୁ ଆସୁଛି। ଏସ ବି ଆଇ ବ୍ୟାଙ୍କ୍ ରେ ମଧ୍ୟ ସମାନ ବ୍ୟବସ୍ଥା ଏଠି ଲୋକେ ଭିଡ ଦେଖି ଫେରି ଯାଉଛନ୍ତି। କିଭଳି ଲୋକେ ଆଧାର ସଂଶୋଧନ କରି ପାରିବେ ଏଥି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରଶାସନ ତରଫରୁ ହେଇ ପାରିଲେ ଲୋକେ ଉପକୃତ ହୋଇପାରନ୍ତେ। ଆଉ ଏହି ସବୁ କାର୍ଯ୍ୟାଳୟରେ ଲାଞ୍ଚ ନେଇ କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ଲୋକେ ଉଚିତ୍ ନ୍ୟାୟ ପାଇପାରନ୍ତେ।ଆଧାର ସଂଶୋଧନ ପାଇଁ ଅଧିକ କେନ୍ଦ୍ର ଖୋଲିବା ଆଉ ରାସନ କାର୍ଡ ର ସଂଯୋଗୀ କରଣ ସମୟ ସୀମା ବଢାଇବାକୁ ଲୋକେ ନିବେଦନ କରିଛନ୍ତି।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ