ହିନ୍ଦୁତ୍ୱର ପୋଷ୍ଟରଗାର୍ଲ କାଜଲ ହିନ୍ଦୁସ୍ତାନୀ ଝାରସୁଗୁଡ଼ା ରେ
ହିନ୍ଦୁତ୍ୱର ପୋଷ୍ଟରଗାର୍ଲ କାଜଲ ହିନ୍ଦୁସ୍ତାନୀ ଝାରସୁଗୁଡ଼ା ରେ
ଝାରସୁଗୁଡ଼ା(ବ୍ରାହ୍ମ ମୁହୂର୍ତ୍ତ) -: ଦେଶରେ ବହୁ ଚର୍ଚ୍ଚିତ ହିନ୍ଦୁତ୍ବ ପୋଷ୍ଟର ଗାର୍ଲ କାଜଲ ହିନ୍ଦୁସ୍ଥାନୀ ଝାରସୁଗୁଡ଼ା ସ୍ଥିତ ନବଦାସ ଅଡିଟୋରିମ ଠାରେ ନାରୀ ତୁ ନାରାୟଣୀ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ତାହା ଧୁମଧାମରେ ପାଳନ ହୋଇଯାଇଛି । ଭାରତ ବିକାଶ ପରିଷଦ ଓ ଏକଲ ଅଭିଯାନ ଦ୍ୱାରା ଆୟୋଜିତ ନାରୀ ତୁ ନାରାୟଣୀ ର ସହଯୋଗୀ ଭାବେ ହିନ୍ଦୁ ଏକତା ମଞ୍ଚ ମାରବାଡି ମହିଳା ସମିତି ମାରବାଡି ଯିବା ମଞ୍ଚ ଜାଗୃତି ଶାଖା ମା ସରସ୍ଵତୀ ମହିଳା ସଙ୍ଗଠନ ଗୋର୍ଖା ସମାଜ ଏଇତ ଜୀବନ ବିଶ୍ୱ ହିନ୍ଦୁ ପରିଷଦ ମହେଶ୍ୱରୀ ସମାଜ ସିନ୍ଧି ସମାଜ ଗୁଜରାଟୀ ସମାଜ ସଞ୍ଜିନି ଶ୍ରୀଜନା ଫାଉଣ୍ଡେସନ ସହଯୋଗ କରିଥିଲେ।
ହିନ୍ଦୁମାନେ ନିଜ ଭାରତରେ କାହିଁକି ଏବଂ କିପରି ବିପଦରେ ଅଛନ୍ତି ସେ ନେଇ ସେ ପ୍ରଶ୍ନ ଉଠାଉଛନ୍ତି କାଜଲ ହିନ୍ଦୁ ରାଷ୍ଟ୍ର ବିଷୟରେ ଆଲୋଚନା କରନ୍ତି। ଲୋକଙ୍କୁ ଅବଗତ ଓ ସଚେତନ କରାଉଛନ୍ତି। ଏହି କାରଣରୁ ଗୁଜରାଟର ଅନେକ ସମର୍ଥକ ଏବଂ ପ୍ରଶଂସକ ତାଙ୍କୁ ରାଜ୍ୟରେ ହିନ୍ଦୁତ୍ୱର ପୋଷ୍ଟରଗାର୍ଲ ବା ଗୁଜରାଟର ନିର୍ଭୀକ ସିଂହ ବୋଲି ବିବେଚନା କରନ୍ତି।
ହିନ୍ଦୁମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଧର୍ମ ପ୍ରବର୍ତ୍ତକ ବା ପ୍ରଫେଟ୍ ନାହାନ୍ତି, ଯୀଶୁ, ମହମ୍ମଦ, ବୁଦ୍ଧଙ୍କ ଭଳି। ନିର୍ଦ୍ଦିଷ୍ଟ ଏକ ଦେବତା, ଧର୍ମଗ୍ରନ୍ଥ ବା ଏକପ୍ରକାର ଧାର୍ମିକ ରୀତିନୀତି ନାହିଁ। ଅଷ୍ଟମ ଶତାବ୍ଦୀରୁ କ୍ରମାଗତ ଆକ୍ରମଣ, ଲୁଣ୍ଠନ, ବିଦେଶୀ ଶାସନ ଓ ସଂସ୍କୃତିର ପ୍ରଭାବ ସତ୍ତ୍ୱେ ଭାରତରେ ଥିଲେ ଶତକଡ଼ା ୮୪ ଭାଗ ହେଲେ ଏବେ ମୁସଲମାନ କଂ ବର୍ଦ୍ଧିତ ଜନସଂଖ୍ୟା ଆଗାମୀ 50 ବର୍ଷ ଭିତରେ ହିନ୍ଦୁସ୍ତାନୀ ରେ ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ହେବାକୁ ପଡିବ ଗୋଟେ ପଟ ହିନ୍ଦୁ ଆମେ ଦୁଇ ଆମର ଏକ ନିୟମ ରେ ଚାଲୁଥିବା ବେଳେ ଦେଶରେ ବର୍ଦ୍ଧିତ ଅନୁପ୍ରବେଶ ଯୋଗୁଁ ପଶ୍ଚିମବଙ୍ଗ ପରି ରାଜ୍ୟ ଏବେ ନୁଆଁ ବଙ୍ଗଳାଦେଶ ରେ ପରିଣତ ହେବାକୁ ଯାଉଛି ବୋଲି କହିଛନ୍ତି କାଜଲ ହିନ୍ଦୁସ୍ତାନୀ । ଓଡିଶା ପରି ରାଜ୍ୟରେ ଯେଉଁଠି ଜଣେ ନାବାଳିକା କୁ ବଳାତ୍କାର ମାମଲା ରେ ପୋସ୍କୋ କୋର୍ଟ ର ଫାଶୀ ଆଦେଶ କୁ ବଦଳେଇ ଦେଇ ଜଣକୁ ଛାଡି ଦେଇ ଅନ୍ୟ ଜଣକୁ ଫାଶୀ ଆଦେଶ ରୁ ଆଜୀବନ କାରାଦଣ୍ଡ ରେ ପରିଣତ କରିଦେବାର କାରଣ ଦୁଇ ବଳାତ୍କାରି ଏକ ନିର୍ଦ୍ଧିତ ଧର୍ମ ର ବୋଲି ସେ ମାନେ ନୀତି ତାଙ୍କ ଧର୍ମ ପୁସ୍ତକ ପଢୁଥିଲେ ବୋଲି ବଳତ୍କାରି ର ଦଣ୍ଡ କୋହଳ କରିଦେଉ ଛନ୍ତି ଏହାକୁ ନେଇ ନ୍ୟାୟାଧୀନ କଂ ଉପରେ ଆଙ୍ଗୁଳି ଉଠେଇଛନ୍ତି କାଜଲ ହିନ୍ଦୁସ୍ତାନୀ । ସମାଜ ରେ ବଢୁଥିବା ଝିଅଙ୍କ ଉପରେ ବଳତ୍କାର କୁ ଚିନ୍ତାପ୍ରକଟ କରିଛନ୍ତି କାଜଲ , ନିଜ ଝିଅକୁ କଣ୍ଢେଇ ନ ଦେଇ ଆତ୍ମରକ୍ଷା ର ଟ୍ରେନିଂ ଦିଅନ୍ତୁ ତେବେ ଯାଇ ଝିଅ ସୁରକ୍ଷିତ ହୋଇ ପାରିବ ବୋଲି କହିଛନ୍ତି କାଜଲ । ସତିପ୍ରଥା ଆମ ଧର୍ମ ଓ ସଂସ୍କୃତି ରେ କେବେ ଭି ନ ଥିଲା ଆକ୍ରାନ୍ତା ମାନଙ୍କ ଠୁ ନିଜ ଜୀବନ ଓ ଇଜ୍ଜତ ବଞ୍ଚେଇବାକୁ ବିଧବା ମାନେ ସତୀ ଚଢୁଥିଲେ । ରାଣୀ ଲକ୍ଷ୍ମୀବାଇ ଭି ବିଧବା ଥିଲେ ଦେଶର ରାଷ୍ଟ୍ରପତି ମଧ୍ୟ ଜଣେ ବିଧବା ତଥାପି ଆଜି ଦେଶର ସର୍ବୋଶ୍ୟ ସ୍ଥାନରେ ଯାହା କେବଳ ହିନ୍ଦୁ ଧର୍ମ ରେ ସମ୍ଭବ ,ଅନ୍ୟ ଧର୍ମ ରେ ମହିଳା କେବଳ ଏକ ଭୋଗ ବିଳାସ ର ସାମଗ୍ରୀ ବୋଲି ଧରାଯାଏ ବୋଲି ବିବାଦୀୟ ବୟାନ ଦେଇଛନ୍ତି କାଜଲ ହିନ୍ଦୁସ୍ତାନୀ । ଯଦି ମୁହଁ ଖୋଲି ପାରୁନ ତେବେ ଶୁଣିବାର ସାହସ ରଖ । ହିନ୍ଦୁ ସମାଜ ଆଜି ଏକତ୍ରିତ ହୋଇପାରିଲା ବୋଲି ଆଜି ରାମ ମନ୍ଦିର ହୋଇ ପାରିଲା ବୋଲି କହିଛନ୍ତି କାଜଲ ହିନ୍ଦୁସ୍ତାନୀ ତେଣୁ ସମସ୍ତ ହିନ୍ଦୁଙ୍କୁ ଏକତ୍ରିତ ହୋଇ ହିନ୍ଦୁତ୍ୱ ପାଇଁ ଲଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି କାଜଲ ହିନ୍ଦୁସ୍ତାନୀ
Comments
Post a Comment