ରାସ୍ତା ମରାମତି ପାଇଁ ଗ୍ରାମବାସୀଙ୍କୁ ବିଧାୟକଙ୍କ ଅନୁଦାନ |

ରାସ୍ତା ମରାମତି ପାଇଁ ଗ୍ରାମବାସୀଙ୍କୁ ବିଧାୟକଙ୍କ ଅନୁଦାନ |
ରାମଦାସ ଭତ୍ରାଙ୍କ ରିପୋର୍ଟ -
ଉମରକୋଟ(ବ୍ରାହ୍ମ ମୁହୂର୍ତ୍ତ)ତା ୧୧/୧୦-ଝରିଗାଁ ବିଧାୟକ ନରସିଂହ ଭତରା ଆର ଡି ରୋଡ଼ର ମରାମତି ପାଇଁ ଗ୍ରାମବାସୀଙ୍କୁ ଏକ ଛୋଟିଆ ଅନୁଦାନ ପ୍ରଦାନ କରିଛନ୍ତି |ମିଳିଥିବା ସୂଚନା ମୁତାବକ ଝରିଗାଁ ବିଧାୟକ ନରସିଂହ ଭତରା ଆଜି ନିଜ ବାସ ଭବନରୁ ବାହାରି ଝରୀଗାଁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହିତ ମା ଜଗତ ଜନନୀ ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ |ଏହି ଗସ୍ତ ସମୟରେ ସେ ଉମରକୋଟ ବ୍ଲକ ଅନ୍ତର୍ଗତ ପୋଡାଗଡ଼ ଗ୍ରାମକୁ ଯିବା ରାସ୍ତାରେ ବାମନଦେଇ ଭଟ୍ଟା ଗ୍ରାମ ନିକଟରେ ଏକ ଆର ଡି ରୋଡ଼ଟି ଲଗାଣ ବର୍ଷା ଯୋଗୁଁ ମାଟି ଧସି ଯାଇଥିବା ଦେଖିବାକୁ ପାଇଥିଲେ |ସେଠାରେ ଅଟକି ସେ ଗ୍ରାମବାସୀଙ୍କୁ ଡାକି ସେମାନଙ୍କ ସହିତ ରାସ୍ତା ବିଷୟରେ ଆଲୋଚନା କରିଥିଲେ |ପରେ ରାସ୍ତାରେ ମାଟିଗୋଡି ପକେଇ ତାକୁ ସମତୁଲ କରିବା ପାଇଁ ଗ୍ରାମବାସୀଙ୍କୁ କିଛି ସହାୟତା ରାଶି ମଧ୍ୟ ପ୍ରଦାନ କରିଥିଲେ |ବିଧାୟକଙ୍କ ଠାରୁ ସହାୟତା ରାଶି ପାଇ ଗ୍ରାମବାସୀ ବିଧାୟକଙ୍କୁ ଧନ୍ୟବାଦ ଜଣେଇବା ସହ ଖୁବଶୀଘ୍ର ରାସ୍ତା ମରାମତି କରିଵେ ବୋଲି ପ୍ରତିଶୃତି ଦେଇଛନ୍ତି |

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ