ପୂର୍ବତନ ବିଧାୟକଙ୍କ ସ୍ମୃତିରେ ପୋଲସରା ନାଗରିକ ମଞ୍ଚ ତରଫରୁ ଶୋକସଭା
ପୂର୍ବତନ ବିଧାୟକଙ୍କ ସ୍ମୃତିରେ ପୋଲସରା ନାଗରିକ ମଞ୍ଚ ତରଫରୁ ଶୋକସଭା
ପୋଲସରା (ବ୍ରାହ୍ମ ମୁହୂର୍ତ୍ତ) 11/10/2024
ଗତ 10 ତାରିଖ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ସ୍ଵର୍ଗାରୋହଣ କରିଥିଲେ । ତାଙ୍କର ସ୍ମୃତି ରେ ପୋଲସରା ନାଗରିକ ମଞ୍ଚ ତରଫରୁ ସ୍ଥାନୀୟ ବ୍ରାହ୍ମଣ ସାହି ଛକ ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।ମଞ୍ଚ ଉପସଭାପତି ରାଜେନ୍ଦ୍ର ପ୍ରସାଦ ମହାରଣା ଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ଇଂ ମାନସ ରଞ୍ଜନ ତ୍ରିପାଠୀ ଙ୍କ ସମ୍ପାଦନା ରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ଶିକ୍ଷକ ତଥା ଆଶୁ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାଶ୍ୟାମ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ରଥ, ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଭାକର ପ୍ରଧାନ, ବରିଷ୍ଠ ନାଗରିକ କୁମୁଦ ଚନ୍ଦ୍ର ବିଷୋୟୀ, ସମାଜସେବୀ ପ୍ରଦୀପ କୁମାର ମହାପାତ୍ର (ଚଗଲା ), ନାଗରିକ ମଞ୍ଚ ର ସଦସ୍ୟ ପ୍ରଫୁଲ୍ଲ କୁମାର ଜେନା, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା, ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ ।ଏହି ଅବସରରେ ଦିବଂଗତ ଆତ୍ମାର ସଦଗତି କାମନା ସ୍ୱରୂପ ଦୁଇ ମିନଟ ନୀରବ ପ୍ରାର୍ଥନା ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଦିଆ ଯାଇଥିଲା ।ଏଥି ସହ ସ୍ବର୍ଗତ ପ୍ରଧାନ ଙ୍କ କର୍ମମୟ ଜୀବନ ଉପରେ ଆଲୋଚନା ହୋଇଥିଲା । ଶେଷରେ ନାଗରିକ ମଞ୍ଚ ର ସମ୍ପାଦକ ଇଂ ମାନସ ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
Comments
Post a Comment