ପଞ୍ଚରା ଡୁମାଳ ସମାଜ ର ବାର୍ଷିକ ଉତ୍ସବ
ପଞ୍ଚରା ଡୁମାଳ ସମାଜ ର ବାର୍ଷିକ ଉତ୍ସବ
ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ)- ଜିଲ୍ଲା ସଦର ବ୍ଲକ ପଞ୍ଚରା ଡୁମାଳ ସମାଜ ବୁଢ଼ୀକଣ କେନ୍ଦ୍ର ଠାରେ ସମାଜ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବ ରେ ୧୩ ଖଣ୍ଡ ମୌଜା କୁ ନେଇ ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ।କଳସ ଯାତ୍ରା ପରେ ସମାଜ ର ଈଷ୍ଟ ଦେବୀ ମା ମାହେଶ୍ୱରୀ ଙ୍କ ନିକଟରେ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ ପୂଜକ ନରସିଂହ ଦେହୁରୀ ଙ୍କ ଦ୍ଵାରା ହୋଇଥିଲା।ପୂଜା ସମୟରେ ମା ଙ୍କ ନିକଟରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା । ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମା ତାରିଣୀ ଖୁସବୁ ମହିଳା ଦଣ୍ଡ ନୃତ୍ୟ,ସପୁର ନାଗ ଙ୍କ ଦଳ ପରିବେଷଣ କରିଥିଲେ ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଞ୍ଚଳ ର ଜନ ସାଧାରଣ ବେଶ ଆନନ୍ଦ ସହିତ ଉପଭୋଗ କରିଥିଲେ ।କେନ୍ଦ୍ର ର ସଭାପତି ବିହାରୀ ମହାକୁଲ,ସମ୍ପାଦକ ସୁରେଶ କର୍ଣ୍ଣ, କୋଷାଧ୍ୟକ୍ଷ ସନ୍ତୋଷ ଦେହୁରୀ ଙ୍କ ସମେତ ଦୟାସାଗର ବାରିକ, ଗଣପତି ପ୍ରଧାନ, ନକୁଳ ପ୍ରଧାନ, ଗୋପବନ୍ଧୁ ଦେହୁରୀ, ମେନା ମହାକୁଡ, ବାବୁଲି ପ୍ରଧାନ, ଲିଙ୍ଗରାଜ ଦେହୁରୀ, ପ୍ରମୋଦ ପ୍ରଧାନ, ଋଷି ମହାକୁଲ,ଭିବିଷଣ ମହକୁଲ୍ ଓ ଉମେଶ ଥାଟି ଙ୍କ ସମେତ ଅଞ୍ଚଳ ର ସମସ୍ତ ଗ୍ରାମର ଡୁମ୍ବାଳ ଜାତି ଭାଇ ଯାତ୍ରା କୁ ସହଯୋଗ କରିଥିଲେ
Comments
Post a Comment