ଓଡିଶା ପ୍ରଶାସନିକସେବା ପରୀକ୍ଷାରେ ସଫଳତା ପାଇଥିବା ସୁମିତ୍ ଙ୍କୁ ବିଧାୟକ ଫୁଲ ତୋଡ଼ା ଓ ଉତରିଦେଇ ସମ୍ମାନିତ କଲେ।

ଓଡିଶା ପ୍ରଶାସନିକସେବା ପରୀକ୍ଷାରେ ସଫଳତା ପାଇଥିବା ସୁମିତ୍ ଙ୍କୁ ବିଧାୟକ ଫୁଲ ତୋଡ଼ା ଓ ଉତରିଦେଇ ସମ୍ମାନିତ କଲେ।

ରିପୋର୍ଟ- ରାମଦାସ ଭତ୍ରା 
ଝରିଗାଁ 20/10/24(ବ୍ରାହ୍ମ ମୁହୂର୍ତ୍ତ) -: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଝରୀଗାଁ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ମହୁଲି ର ସୁମିତ କୁମାର ମଣ୍ଡଳ ଙ୍କ ପାଇଁ ଆଜି ସାରା ଅଞ୍ଚଳ ଗର୍ବିତ ହୋଇଛି। ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ ୪୭୩ ନମ୍ବର ର୳।ଙ୍କ ରଖି ସଫଳତା ହାସଲ କରିଛନ୍ତି। ସୁମିତ ହେଉଛନ୍ତି ସଭେନ କୁମାର ମଣ୍ଡଳ ଙ୍କ ସୁପୁତ୍ର। ପ୍ରଥମ ଥର ଚେଷ୍ଟା କରି ସଫଳତା ପାଇବାର ଶ୍ରେୟ ସୁମିତ ନିଜ ପରିବାର, ଶିକ୍ଷକ ଓ ଭଗବାନ ଙ୍କୁ ଦେଇଛନ୍ତି। ଏହି ଅବସରରେ ଝରୀଗାଁ ବିଧାୟକ ନରସିଂ ଭତ୍ରା ଓ ତାଙ୍କ ଧର୍ମପତ୍ନୀ ରୀନା ରାଣୀ ସୁମିତଙ୍କୁ ଓ ବାବା ସୁବେନ୍ ଙ୍କୁ ଫୁଲ ତୋଡI ଓ ଉତ୍ତରୀୟ ଦେଇ ସନ୍ନମାନିତ କରିବା ସହ ଆମ ଅଞ୍ଚଳ ଆଗକୁ ଆହୁରି ଏ ଭଳି ଗର୍ବ ଓ ଗୌରବ ଆଣିବ ବୋଲି କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ପଞ୍ଚାନନ ବୱାଲୀ,ସୁଜନ ଭକ୍ତ, ଶ୍ୟାମଲାଲ ବିଶ୍ୱାସ, ସନ୍ଦୀପ ମିର୍ଦ୍ଧା, ରାଜେଶ ଗୁପ୍ତା, ସଦା ପୂଜାରୀ, ସୁତମ ହରିଜନ, ଜ୍ୟୋତିର୍ମୟ ରାୟ ଓ ପବିତ୍ର ଦେଉଡି ପ୍ରମୁଖ ଉପସ୍ଥିତ ଥିଲେ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ