ଦୁର୍ନୀତି ନିବାରଣ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ
ଦୁର୍ନୀତି ନିବାରଣ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ,୧୮ା୧୦(ବ୍ରାହ୍ମ ମୁହୂର୍ତ୍ତ ) : ବୌଦ୍ଧରେ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅକ୍ଟୋବର ୨୮ ଠାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଚୁଡାନ୍ତ କରାଯାଇଥିଲା । ଦୁର୍ନୀତି ବିରୋଧରେ ସଚେତନତା ପାଇଁ ୨୮ ଅକ୍ଟୋବର ୧୧ ଘଣ୍ଟା ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମେତ ଜ଼ିଲ୍ଲା ର ସମସ୍ତ ସରକାରୀ,ବେସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ ସମୁହ ଶପଥ ପାଠ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ୨୯ ତାରିଖ ଦିନ ହରଭଙ୍ଗାବ୍ଲକ,୩୦ ତାରିଖରେ କଣ୍ଟାମାଳ ବ୍ଲକ ଏବଂ ୧ ନଭେମ୍ବର ରେ ବୌଦ୍ଧ ବ୍ଲକ ର ବିଭିନ୍ନ ଗ୍ରାମସଭାମାନଙ୍କରେ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହେବ । ବ୍ଲକର ବିଡିଓ ଏବଂ ତହସିଲଦାରମାନେ ଏହି କାର୍ଯ୍ୟକ୍ରମକୁ ଯୋଜନା ମୁତାବକ ସଫଳ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ନଭେମ୍ବର ୧ ରେ ଏକ ସଚେତନତା ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ପହଞ୍ଚିବ । ଦୁର୍ନୀତି ନିବାରଣ ସଚେତନତା ବାର୍ତ୍ତା ନେଇ ଏକ ସଚେତନତା ରଥ ବୌଦ୍ଧ ଜ଼ିଲ୍ଲା ପରିକ୍ରମା କରିବ । ନଭେମ୍ବର ୨ ତାରିଖରେ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ଏବଂ ୩ ତାରିଖରେ ସାମାଜିକ ଗଣମାଧ୍ୟମ ଜରିଆରେ ସଚେତନତା ବାର୍ତା ପ୍ରଦାନ କରାଯିବ । ଏନେଇ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୁର୍ନୀତି ନିବାରଣ ସଚେତନତା ସଂପର୍କିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତବର୍ଷ ଦୁର୍ନୀତି ବିରୋଧରେ ସଚେତନତା ପାଇଁ ସତ୍ୟ ନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି ବିଷୟ ଆଧାରିତ ଆଲୋଚନା କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକ ରେ ବ୍ରହ୍ମପୁର ଭିଜିଲାନସ ଆରକ୍ଷୀ ଅଧିକ୍ଷକ ଗଣେଷ ପ୍ରଧାନ ଧନ୍ୟବାଦ ପ୍ରଦାନ କରିବା ସହିତ ସୁସ୍ଥ ସମାଜ ଗଠନ ତଥା ଦୁର୍ନୀତିର ମୁଳୋତ୍ପାଟନ ପାଇଁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଆହ୍ୱାନ କରିଥିଲେ । ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କୁ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ lଏହି ବୈଠକରେ ଡିଏସପି ଭିଜିଲାନସ ବୌଦ୍ଧ ସୁରେଶ କୁମାର କହଁର,ଇନିସପ୍ଟେର ଜଗବନ୍ଧୁ ଅଙ୍ଗାରିଆଙ୍କ ସମେତ, ତହସିଲଦାର, ବୌଦ୍ଧ ଲଗ୍ନଜିତ ବେହେରା, ତହସିଲଦାର, ହରଭଙ୍ଗା ବିଭୁ ପ୍ରସାଦ ସିଂ, ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରl କୁଜୁର, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା ଏବଂ ଅନ୍ୟ ଜିଲାସ୍ତରୀୟ ଅଧିକାରୀ,ମାନେ ଉପସ୍ଥିତ ଥିଲେ ।
Comments
Post a Comment