ବୌଦ୍ଧ ଜିଲ୍ଲା ୱେବ୍ ମିଡ଼ିଆ ସଂଘର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ବୌଦ୍ଧ ଜିଲ୍ଲା ୱେବ୍ ମିଡ଼ିଆ ସଂଘର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ରିପୋର୍ଟ- ଭରତ ଡାଙ୍ଗ 
ବୌଦ୍ଧ: 19/10(ବ୍ରାହ୍ମ ମୁହୂର୍ତ୍ତ)-:ବୌଦ୍ଧ ଜିଲ୍ଲା ୱେବ୍ ମିଡ଼ିଆ ସଂଘର ବାର୍ଷିକ ଉତ୍ସବ ପାଇଁ ବୌଦ୍ଧ ଜିଲ୍ଲା ସ୍ଥିତ ମାତଙ୍ଗେଶ୍ୱରି ମନ୍ଦିର ପ୍ରାଙ୍ଗଣରେ ସଂଘର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଉପଦେଷ୍ଟା ବିଜୟ ଆଚାର୍ଯ୍ୟ ଆଗାମୀ ବାର୍ଷିକ ମହୋତ୍ସବ କିପରି ସୁଚାରୁ ରୁପେ ପାଳନ ହେବା ନେଇ ଆଲୋଚନା କରିଥିଲେ ଓ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ୱେବ୍ ସାମ୍ବାଦିକ କିପରି ଏହି ମହୋତ୍ସବରେ ସାମିଲ ହୋଇପାରିବେ ସେ ନେଇ ମଧ୍ୟ ମାର୍ଗ ଦର୍ଶନ ଦେଇଥିଲେ।ଅନ୍ୟପଟେ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନଙ୍କ ଗତ ବର୍ଷର ଆୟ ବ୍ୟୟ ଉପରେ ବିବରଣୀ ଦେଇଥିବା ବେଳେ ସଂଘର ସଭାପତି ଅକ୍ରୁର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ବାର୍ଷିକ ମହୋତ୍ସବ ଆସନ୍ତା ଡିସେମ୍ବର ମାସରେ ପାଳନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତି ହୋଇଥିଲା। ଗତ ବର୍ଷ ମନମୁଣ୍ଡା ଆର୍ ଏମ ସି ଠାରେ ହୋଇଥିବା ବାର୍ଷିକ ମହୋତ୍ସବ ଏହି ବର୍ଷ କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ ଆୟୋଜନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି। ଉକ୍ତ ବୈଠକରେ ଉପଦେଷ୍ଟା ଅବୁ ଖାନ୍, ବିଜୟ ଆଚାର୍ଯ୍ୟ, ଆଶିଷ ଠାକୁର ,ସଭାପତି ଅକ୍ରୁର ବେହେରା ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ୍, ସଂଘର ସଦସ୍ୟ ବାସୁଦେବ ଶାଣ୍ଢ, ନବୀନ ମାହାର, ଅକୁର ସାହୁ, ବିଶ୍ଵାମିତ୍ର ପାଢ଼ୀ, ସିଦ୍ଧେଶ୍ୱର ଗିରି, ଭରତ ଡ଼ାଙ୍ଗ, ପ୍ରଭଞ୍ଜନ ପୁରୋହିତ, ଅଜିତ କୁଦେଇ, ବୃନ୍ଦାବନ ପାତ୍ର, ବଦ୍ୟନାଥ ସାମଲ, ହୃଦାନନ୍ଦ ମେହେର, ସୁବନେଶ୍ୱର୍ କର୍ଣ୍ଣ ପ୍ରମୁଖ ସାମିଲ ଥିଲେ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ