ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ ବୃଦ୍ଧାଙ୍କ ମୃତ୍ୟୁ।

ଅଳସୁଗୁମା/ ଜଗନ୍ନାଥ ପ୍ରସାଦ/ଗଞ୍ଜାମ (ବ୍ରାହ୍ମ ମୁହୂର୍ତ୍ତ)- ୧୮/୧୦/୨୪ ରାଜ୍ୟରେ ସରକାରଙ୍କ ପକ୍ଷରୁ ସାଧାରଣ ଲୋକ ତଥା ହିତାଧିକାରୀଙ୍କୁ ମିଳୁଥିବା ବିଧବା, ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧାଙ୍କ ପାଇଁ ଉଦ୍ଧିଷ୍ଟ ଭତ୍ତା ଆଣିବାକୁ ଯାଇ ବୃଦ୍ଧାଙ୍କ ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଅଳସୁଗୁମା ଗ୍ରାମ ପଞ୍ଚାୟତରେ ତା୧୮ ରିଖ ଶୁକ୍ରବାର ଦିନ ସରକାରଙ୍କ ପକ୍ଷରୁ ମିଳୁଥିବା ଭତ୍ତା ଆଣିବାକୁ ଗ୍ରାମ ପଞ୍ଚାୟତର ବିଭିନ୍ନ ଓ୍ଵାର୍ଡର ହିତାଧିକାରୀ ମାନେ ଯାଇଥିଲେ। ସେଥିମଧ୍ୟରେ ୫ ନମ୍ବର ଓ୍ଵାର୍ଡର ବାସିନ୍ଦା ସ୍ଵର୍ଗତ ବାଞ୍ଛା ନାଏକଙ୍କ ସ୍ତ୍ରୀ ଚନ୍ଦ୍ରି ନାଏକ ମଧ୍ୟ ଭତ୍ତା ଆଣିବାକୁ ଯାଇ ଥିଲେ। କିନ୍ତୁ ହିତାଧିକାରୀଙ୍କ ଗହଳିରେ ହଠାତ୍ ବୃଦ୍ଧା ଜଣକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁୁ  ସଙ୍ଗେ ସଙ୍ଗେ ଖୋଦ୍ ଗ୍ରାମ ରୋଜଗାର ସେବକ ତାଙ୍କର ଭତ୍ତା ପ୍ରଦାନ କରିବା ସହ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରି ଥିବା ସୁଚନା ମିଳିଛି। ପରବର୍ତ୍ତୀ ସମୟରେ ଶୁଣିବାକୁ ମିଳିଥିଲା ଯେ, ଶୁକ୍ରବାର ରାତ୍ରିରେ ବୃଦ୍ଧାଙ୍କ ପରଲୋକ ହୋଇଯାଇଛି। ଏଭଳି ଘଟଣା ନେଇ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ଅଞ୍ଚଳର ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ଘରକୁ ଯାଇ ସରକାରୀ ଭତ୍ତା ପ୍ରଦାନ କଲେ ଆଗାମୀ ଦିନରେ ଏଭଳି ଘଟଣାରୁ ବଞ୍ଚିତ ହେବେ ବୋଲି ସ୍ଥାନୀୟ ସଚେତନ ନାଗରିକ ମାନେ କହିଛନ୍ତି।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ