ଶ୍ରେଣୀ ଗୃହ ଅଭାବ ଯୋଗୁଁ ବାରଣ୍ଡାରେ ପାଠପଢ଼ୁଛନ୍ତି ଛାତ୍ର ଛାତ୍ରୀ
ଶ୍ରେଣୀ ଗୃହ ଅଭାବ ଯୋଗୁଁ ବାରଣ୍ଡାରେ ପାଠପଢ଼ୁଛନ୍ତି ଛାତ୍ର ଛାତ୍ରୀ
ଝରିଗାଁ,ତା 21/10/24ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ଯୋଗୁଁ ୮ଟି ଶ୍ରେଣୀର ଛାତ୍ରଛାତ୍ରୀ ଦୁଇଟିଗୃହ ଓ ବାରଣ୍ଡାରେ ବସି ପାଠପଢି ଆସୁଛନ୍ତି । ଏହା ଫଳରେ ଅନେକ ସମସ୍ୟା ସୃଷ୍ଟି ହେଉଛି ।ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୨୮୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।ସେମାନଙ୍କ ଶିକ୍ଷାଦାନ ନିମନ୍ତେ ୪ଜଣ ଶିକ୍ଷକ ରହିଛନ୍ତି।ବିଦ୍ୟାଳୟରେ ଦୁଇଟି ଗୃହ ଥିବାବେଳେ ୪ଗୋଟି ଶ୍ରେଣୀ କୋଠରୀ ରହିଛି । ସେଥିମଧ୍ୟରୁ ଗୋଟିଏ ଗୃହ ଆଡବେଷ୍ଟର ହୋଇଥିବାବେଳେ ଦୁଇଟି ଛୋଟ,ଛୋଟ କୋଠରୀରେ ୫ମ ଓ ୬ଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ବସି ପାଠପଢିଥାନ୍ତି ଏବଂ ଅନ୍ୟ ଗୋଟିଏ ଛାତ ଗୃହର ଦୁଇଟି କୋଠରୀରେ ୭ମ,୮ମ, ୧ମ ଓ ୨ୟ ମୋଟ ୪ଗୋଟି ଶ୍ରେଣୀର ଛାତ୍ରଛାତ୍ରୀ ଠେଲାପେଳା ରେ ବସିଥାନ୍ତି । ବାରଣ୍ଡାରେ ୨ୟ ଏବଂ ୪ର୍ଥ ଶ୍ରେଣୀର ଛାତ୍ରଛାତ୍ରୀ ପାଠପଢ଼ି ଆସୁଛନ୍ତି । ତେଣୁ ଶିକ୍ଷା ଦାନ ଠିକ୍ ଭାବରେ ହୋଇ ପାରୁନି । ଅନ୍ୟପଟେ ଏହି ସମସ୍ୟାକୁ ସ୍କୁଲ ପରିଚାଲନା କମିଟି ଓ ଶିକ୍ଷକ ମାନେ ବିଭିନ୍ନ ସମୟରେ ନେତା ଓ ପ୍ରଶାସନକୁ ଜଣେଇ ଆସିଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁ ନ ଥିବା କହିଛନ୍ତି ।ତେଣୁ ଆବଶ୍ୟକ ହିସାବରେ ଶ୍ରେଣୀ କୋଠରୀ ଯୋଗେଇ ଦେବା ପାଇଁ ସ୍କୁଲ ପରିଚାଲନାକମିଟି ଓ ଗ୍ରାମବାସୀ ଦାବି କରିଛନ୍ତି ।
Comments
Post a Comment