ପୋଲସରାର ନୂତନ ତହସିଲଦାର ଦିପ୍ତିମୟୀ ପାତ୍ର

ଦୀପ୍ତିମୟୀ ପାତ୍ର ପୋଲସରାର ନୂତନ ତହସିଲଦାର 
ରିପୋର୍ଟ - ସନ୍ତୋଷ କୁମାର ପଣ୍ଡା 
ପୋଲସରା , ୦୨/୧୧/୨୪(ବ୍ରାହ୍ମ ମୁହୂର୍ତ୍ତ)-: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରାର ନୂତନ ତହସିଲଦାର ଭାବେ ଦୀପ୍ତିମୟୀ ପାତ୍ର ନଭେମ୍ବର ୦୨ ତାରିଖ ଦିନ ଯୋଗଦେଇ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ପଦ୍ମପୁର ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ପୋଲସରାର ପୂର୍ବତନ ତହସିଲଦାର ରୁବି ବେହେରା ଏଠାରୁ ବଦଳି ହୋଇ ଭୁବନେଶ୍ୱର ବିଏମସି କାର୍ଯ୍ୟାଳୟରେ ଯୋଗଦେଇଛନ୍ତି। ପୂର୍ବତନ ତହସିଲଦାରଙ୍କ ବଦଳି ପରେ ପୋଲସରା ତହସିଲଦାର ଦାୟିତ୍ୱ ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ଗ୍ରହଣ କରିଥିଲେ। ନୂତନ ତହସିଲଦାର ଦୀପ୍ତିମୟୀ ପାତ୍ର, ତହସିଲଦାର ଦାୟିତ୍ୱରେ ଥିବା ପୋଲସରା ବିଡ଼ିଓଙ୍କ ଠାରୁ ପୋଲସରା ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନୂତନ ତହସିଲଦାର ଦୀପ୍ତିମୟୀ ପାତ୍ରଙ୍କୁ ପୋଲସରା ତହସିଲ ଅଫିସ କର୍ମଚାରୀ ବୃନ୍ଦ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦ ପୁଷ୍ପଗୁଚ୍ଛ ପ୍ରଦାନକରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ