ପ୍ରହସନ ପାଲଟିଛି ମଇଳା ବୁହା ରିକ୍ସା, ସ୍ୱଚ୍ଛ ମିଶନ ବାଟବଣା - ଜଗନ୍ନାଥ ପ୍ରସାଦ

ପ୍ରହସନ ପାଲଟିଛି ମଇଳା ବୁହା ରିକ୍ସା,  ସ୍ୱଚ୍ଛ ମିଶନ ବାଟବଣା - ଜଗନ୍ନାଥ ପ୍ରସାଦ 
ଜଗନ୍ନାଥପ୍ରସାଦ(ବ୍ରାହ୍ମ ମୁହୂର୍ତ୍ତ):- ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗଢ଼ିବାର ପ୍ରଥମ ପାଳିର ପ୍ରଥମ ଥର ବଜେଟରେ ଜାତିର ପିତା ଗାନ୍ଧୀଜୀଙ୍କ ସ୍ଵପ୍ନର ଭାରତକୁ ସାକାର କରିବା ପାଇଁ ସ୍ଵଚ୍ଛତା ପ୍ରତି ସଚେତନତା ସୃଷ୍ଟି କରି ଗାଁ ଗାଁରେ ଅର୍ଥାତ୍ ପଞ୍ଚାୟତ ଠାରୁ ପାର୍ଲିଆମେଣ୍ଟ ଯାଏ ପ୍ରତ୍ୟେକ 
ଗ୍ରାମାଞ୍ଚଳରେ ଗାଁ ଗୁଡିକୁ ସଫା ସୁତରା ରଖିବା ପାଇଁ ଆରମ୍ଭ କରିଥିଲେ ସଫେଇ ଭଳି ମହାନ୍ କାର୍ଯ୍ୟ। ଯାହା ଫଳରେ ଗାଁ ମୁଣ୍ଡରେ କୁଢ଼କୁଢ଼ ଆବର୍ଜନା ଜମି ଗାଁ ଗୁଡିକର ସୁନ୍ଦର ପରିବେଶ ବିଗିଡି ଯାଉଥିଲା ତାହା କ୍ରମେ ସୁଧୁରିବା ହେଲା। ସହର ଭଳି ଗ୍ରାମାଞ୍ଚଳରେ ମଧ୍ୟ ସଫେଇ ଗାଡି ମାଧ୍ୟମରେ ଅଳିଆ ଆବର୍ଜନକୁ ଉଠାଇ ନେଲେ। ଏହାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତକୁ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ଅଳିଆ ଉଠାଇବା ପାଇଁ ଗାଡି ଯୋଗାଇ ଦିଆ ଯାଇଥିବା ନଜରକୁ ଆସିଥିଲା । ହେଲେ ଆନ୍ତରିକତା ଅଭାବ କାରଣରୁ ଏହା କେବଳ ପ୍ରହସନ ପାଲଟିଛି । ଏହିପରି କିଛି ଖବର ଏବେ ଚର୍ଚ୍ଚିତ ଖବର ହେଉଛି ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକରେ। ବ୍ଲକରେ ଅଳିଆ ବୁହା ପାଇଁ ଅଟୋ ଵ୍ୟଵସ୍ଥା କରି ପ୍ରତି ପଞ୍ଚାୟତ କୁ ପଠା ଯାଇଛି ଯାହା କି ବର୍ଷବର୍ଷ ଧରି ପଂଚାୟତ କାର୍ଯ୍ୟାଳୟର କେଉଁ କୋଣରେ ପଡି ଖତ ଖାଉଛି ।  ଜଗନ୍ନାଥପ୍ରସାଦ ବ୍ଲକରେ ଅଳିଆ ଉଠାଇବା ପାଇଁ ଡାଲା ରିକ୍ସା ପଠାଯାଇଛି । ଦୁଇବର୍ଷ ହେବ ଏହି ରିକ୍ସା ଗୁଡିକ ପଡି ରହିଛି । ଏ ଗୁଡିକ କେବେ କାର୍ଯ୍ୟକ୍ଷମ ହେବ ତାହା ଉପରେ କୌଣସି ସୂଚନା କାହାପାଖରେ ନାହିଁ । ପ୍ରତି ପଂଚାୟତରେ ରଙ୍ଗୀନ ଡାଲା ରିକ୍ସା ପଡିରହିଛି ହେଲେ ଏହାକୁ କିଏ ଚଳାଇବ କେମିତି କାମରେ ଲାଗିବ ଏ ସମ୍ପର୍କରେ କୌଣସି ଵ୍ୟଵସ୍ଥା ହୋଇନାହିଁ । ବ୍ଳକର ଅଳସୁଗୁମା ଗ୍ରାମ ପଞ୍ଚାୟତ, ପ୍ରତାପୁର ପଞ୍ଚାୟତର ରାଜୀବ ସେବା କେନ୍ଦ୍ର ରେ ଦୁଇଟି ରିକ୍ସା ପଡିଛି ସେହିପରି କୁଡୁତାଇ ପଞ୍ଚାୟତ ରାଜୀବ ସେବା କେନ୍ଦ୍ରରେ ମଧ୍ୟ ଦୁଇଟି  ଠିଆ ହୋଇ ଖତ ଖାଉଛି । ଏ ସଂପର୍କରେ ପଂଚାୟତ ପିଇଓ ଙ୍କୁ ବୁଝିବାରୁ ଚାଳକ ମିଳୁନଥିବା କାରଣରୁ ପଡିଥିବା କହିଛନ୍ତି । ତେବେ କୌଣସି ସଠିକ ଵ୍ୟଵସ୍ଥା ନକରି ଏଭଳି ରିକ୍ସା ଯୋଗାଇବା କୁ ନେଇ ପ୍ରଶ୍ନ ଉଠିଛି । ପୂର୍ବ ସରକାର ସମୟରେ ରିକ୍ସା କିଣାରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ସହ ଏହାର ତଦନ୍ତ କରି ଏହାକୁ କାର୍ଯ୍ୟ କ୍ଷମ କରାଇବା ପାଇଁ ସାଧାରଣରେ ଦାବି ହୋଇଛି ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ