ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଝରିଗାଁ ରୁ ୭ଷ୍ଟାର ହୋଟେଲ
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଝରିଗାଁ ରୁ ୭ଷ୍ଟାର ହୋଟେଲ
ଝରୀଗାଁ 12/11/24(ବ୍ରାହ୍ମ ମୁହୂର୍ତ୍ତ):-ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଯୁବକ ଡମ୍ବରୁ ନାୟକ ବଡ଼ ବଡ଼ ତାରକା ମାନଙ୍କୁ ହୋଷ୍ଟ କରି ବେସ ପ୍ରଶଂସା ସାଉଟୁଛନ୍ତି |ଯେଉଁ ତାରକା ମାନଙ୍କୁ ଦେଖିବାକୁ ସାଧାରଣ ଲୋକେ ସ୍ବପ୍ନ ଦେଖନ୍ତି, ସେମାଙ୍କୁ ସେ ସେବା ଯୋଗେଇ ଦେବା ସହ ତାଙ୍କର ସମସ୍ତ ସମସ୍ୟାର ସମାଧାନ ମଧ୍ୟ କରିଥାନ୍ତି |ବେଲଗାଁ ଗ୍ରାମର ତ୍ରିଲୋଚନ ନାୟକ ଓ ଦ୍ରୋପଦୀ ନାୟକଙ୍କ ଚତୁର୍ଥ ପୁଅ ହେଉଛନ୍ତି ଡମ୍ବରୁ ନାୟକ (୨୯) |ସେ ବେଲଗାଁ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପାସ କରି ଜୟପୁର ସ୍ଥିତ ବିକ୍ରମ ଦେବ କଲେଜରୁ ସ୍ନାତକ ସାରିଥିଲେ |ଯେତେବେଳେ ଭବିଷ୍ୟତ ପାଇଁ ରାସ୍ତା ବାଛିବା ପାଇଁ ପରିବାର ଲୋକେ କହିବାରୁ ହଷ୍ଟେଲିଟି ବିଭାଗକୁ ଚୟନ କରି ମାଷ୍ଟର ଇନ ଟ୍ୟୁରୀଜିମ ହଷ୍ଟେଲିଟିରେ ସ୍ନାତକ ସାରିଥିଲେ |ବର୍ତମାନ ଦୁଇବର୍ଷରୁ ଉର୍ଦ୍ଧ ହେବ ସେ ଭି ଭି ଆଇ ପି କୋର୍ଡିନେଟର ଭାବେ ମୁମ୍ବାଇ ସ୍ଥିତ ଏକ ସେଭେନ ଷ୍ଟାର ହୋଟେଲରେ କାର୍ଯ୍ୟ କରିବା ସହ ରିଲିଆନ୍ସ ବିଭାଗରେ ମଧ୍ୟ କାମ କରୁଛନ୍ତି ଓ ମାସିକ ୫୦ ହଜାରରୁ ଉର୍ଦ୍ଧ ଟଙ୍କା ରୋଜଗାର କରୁଥିବା ସେ କହିଛନ୍ତି |ହୋଟେଲ କୁ ଆସୁଥିବା ବିଶ୍ୱର ଟପ ଲିଡର, କ୍ରିକେଟର ବଡ଼ ବଡ଼ ଫିଲ୍ମ ତାରକା ତଥା ବିଲଗେଟ,ଇଲନମସ୍କ, ବଡ ବଡ଼ କମ୍ପାନୀର ସିଇଓ, ଫିଲ୍ମ ତାରକା ଶାହରୁଖ ଖାନ,ସଲମାନ ଖାନ ଆଦିଙ୍କୁ ସେବା ଯୋଗେଇ ଦେବା ସହ ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ ଅତି ସହଜରେ କରିଦେଉଛନ୍ତି ଓ ସେମାନଙ୍କ ଠାରୁ ପ୍ରଶଂସା ସାଉଁଟିଛନ୍ତି |ଇଣ୍ଡିଆନ କ୍ରିକେଟ ଟିମକୁ ୪ଥର ହେବ ହୋଷ୍ଟ କରିଛନ୍ତି |ଅନନ୍ତ ଅମ୍ବାନୀଙ୍କ ବାହାଘରକୁ ଆସିଥିବା ବିଶ୍ୱର ଟପ ଲିଡର ମାନଙ୍କୁ ମଧ୍ୟ ସେ ହୋଷ୍ଟ କରିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି |ଆଗକୁ ପୋଷ୍ଟକାଷ୍ଟ ଲାଇନକୁ ଯିବାର ଆଶା ରଖିଥିବା ଡମ୍ବରୁ କହିଛନ୍ତି |
Comments
Post a Comment