ଦୃଢ଼ ମନୋବଳ ହିଁ ସଫଳତାର ମୂଳମନ୍ତ୍ର - ବେଲଗାଁ ରୁ ସେଭେନ୍ ଷ୍ଟାର ହୋଟେଲ

ତୁଳସୀ ଦୁଇ ପତ୍ରରୁ ବାସେ, ଏହି ଉକ୍ତିର ଯଥେଷ୍ଟ ସଫଳ କାହାଣୀ ଆଜିର ଆଧୁନିକ ଯୁଗରେ ବିଭିନ୍ନ ମହଲରେ, ବର୍ଗରେ, କ୍ଷେତ୍ରରେ ବ୍ୟକ୍ତିତ୍ଵ ମଧ୍ୟରେ ଦେଖିବାକୁ ମିଳିଛି। ଯେମିତି ଆମ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁରର ଝରିଗାଁ ଭଳି ଆଦିବାସୀ ବହୁଳ ଗ୍ରାମ ମାନଙ୍କୁ ନେଇ ଗଠିତ ଏକ ପଛୁଆ ଅଞ୍ଚଳ ଯାହା ବେଲଗାଁ ଗ୍ରାମ ପଞ୍ଚାୟତ ରୂପେ ଓଡ଼ିଶାର ଭୂଗୋଳିକ ମାନଚିତ୍ରରେ ସ୍ଥାନିତ ହୋଇଅଛି। ଏହି ବେଲଗାଁ ଗ୍ରାମ ପଞ୍ଚାୟତର ପାନକାପାରା ପଡ଼ାରେ ବାସ କରୁଥିବା ଚାଷୀ ପରିବାର ତ୍ରିଲୋଚନ ନାଏକ ଏବଂ ଦ୍ରୌପଦୀ ନାଏକଙ୍କ ଚାରି ପୁଅଝିଅଙ୍କ ମଧ୍ୟରୁ ସବୁଠାରୁ ସାନ ପୁଅ ଡମ୍ବରୁ(କାପୁଲୁ) ତା- ୧୧/୧୨/୧୯୯୫ରିଖ ଗୁରୁବାର ଦିନ କୋଳ ମଣ୍ଡନ ହୋଇଥିଲେ। ପୁଅ ଡମ୍ବରୁ ଘର ପରିବାର ବନ୍ଧୁ ପରିଜନଙ୍କ ପାଖରେ ପିଲାଟି ଦିନରୁ ଖୁବ୍ ଗେଲବସର ହୋଇ ବଢ଼ି ଚାଲୁଥିବା ବେଳେ କେତେବେଳେ ବେଲଗାଁ ପ୍ରଥମିକ ବିଦ୍ୟାଳୟରେ ନିଜେ ଦଶମ ଶ୍ରେଣୀରେ ଜଣେ ମେଧାବୀ ଛାତ୍ର ରୂପେ ଅର୍ଥାତ୍ ୬୫% ପ୍ରତିଶତ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରବର୍ତ୍ତୀ ସମୟରେ କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ବିକ୍ରମ ଦେବ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ କଟକ ସହରର ପ୍ରସିଦ୍ଧ ଲାଭ କରିଥିବା ଜାଭିୟର ମହାବିଦ୍ୟାଳୟରୁ ହଷ୍ଟେଲିଟି ବିଭାଗ ଚୟନ କରି ଶେଷରେ ପୁନେ ସ୍ଥିତ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରୁ ମାଷ୍ଟର ଇନ୍ ଟୁରିଜିମ୍ ହଷ୍ଟେଲିଟିରେ ଡିଗ୍ରୀ ହାସଲ କରି କ୍ୟାମ୍ପସ ଚୟନରେ ଉତ୍ତୀର୍ଣ୍ଣ ହୋଇ ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦ ସହରସ୍ଥିତ ମାରିୟନ୍ ଭଳି ଷ୍ଟାର ହୋଟେଲରେ ନିଜ ପ୍ରଥମ କର୍ମମୟ ଜୀବନର ବିଗୁଲ ବଜାଇ ଥିବା କୁହନ୍ତି କାପୁଲ୍(ଡମ୍ବରୁ)। ସେଦିନ ଥିଲା ବର୍ଷ ୨୦୧୯ ର  ଅପ୍ରେଲ ମାସ ପ୍ରଥମ ସପ୍ତାହ ନିଯୁକ୍ତି ପାଇବା ପ୍ରଥମ ମାସ। ଯେଉଁଦିନ ନିଜ କର୍ମମୟ ଜୀବନର ଏକମାସ ପୂର୍ତ୍ତି ଅବସରରେ ପ୍ରଥମେ ପାରିଶ୍ରମିକ ହାତରେ ଧରିଥିଲେ ଖୁସିରେ ପ୍ରଥମେ ମାଆଙ୍କ ପାଖକୁ ଫୋନ କରି ଜଣାଇଥିଲେ କିନ୍ତୁ ପୁଅର ଯୋଗ୍ୟତା ଅନୁଯାୟୀ ପାରିଶ୍ରମିକ ପ୍ରତି ମାଆ ଖୁସି ବ୍ୟକ୍ତ କରିଥିଲେ ମଧ୍ୟ ଆହୁରି ଉନ୍ନତ ମାନର କାର୍ଯ୍ୟ ଶୈଳୀ ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥିଲେ। କିନ୍ତୁ ସବୁକିଛି ସ୍ଥିର ଥିଲା ସମୟ ସ୍ରୋତରେ। ନିଯୁକ୍ତି ପାଇବା ପୂର୍ବରୁ ଡମ୍ବରୁ ନିଜକୁ ମନ ମନ୍ଦିର ପୀଠରେ ଜଣେ ଅଜଣା ଠିକଣାରେ ହଜି ଯାଇଥିଲେ , ପରବର୍ତ୍ତୀ ସମୟରେ ଡମ୍ବରୁ ବଞ୍ଚିବା ପାଇଁ ନିର୍ଦ୍ଧାରିତ ସମୟ ସ୍ରୋତରେ କେତେବେଳେ କିପରି ଚିହ୍ନା ଚିହ୍ନା ଲାଗୁଥିବା ଜଣେ ଅଚିହ୍ନା ଯୁବତୀ ପ୍ରସନ୍ନା ପାଖରେ ନିଜକୁ ସମର୍ପିତ କରିଥିଲେ।ସେହି ଅପରିଚିତା ଯୁବତୀ ସମୟ କ୍ରମେ ତା- ୧୬/୦୩/୨୦୧୯ରିଖରେ ଜୀବନସାଥୀର ମାନ୍ୟତା ପାଇଥିଲେ। ଡମ୍ବରୁଧର ଆଜି ଦେଶର ବଡ଼ବଡ଼ ଷ୍ଟାର ହୋଟେଲରେ ଖ୍ୟାତନାମା ଲୋକପ୍ରିୟ ଚର୍ଚ୍ଚିତ ବ୍ୟକ୍ତିଙ୍କ ପାଖରେ ନିଜ ଆତିଥ୍ୟସେବା ଯୋଗାଇ ଶିଖରକୁ ଛୁଇଁ ପାରି ନିଜ ଅଞ୍ଚଳର ଯୁବଗୋଷ୍ଠୀ ପାଇଁ ଉଦାହରଣ ପାଲଟିଥିଲା ବେଳେ ପୂର୍ବରୁ ରହିଥିବା ମହତ୍ ବାଣୀ ବଣମଲ୍ଲୀ କେବଳ ବଣରେ ଝାଉଁଳି ପଡ଼ିବା ଭଳି ଉକ୍ତିକୁ ଭୁଲ ପ୍ରମାଣିତ କରି ଦେଇଛନ୍ତି। ବରଂ ସେ କୁହନ୍ତି ଆଜିକାର ଆଧୁନିକ ଡିଜିଟାଲ ଯୁଗରେ ସବୁକିଛି ସମ୍ଭବ। ନିଜ ଇଚ୍ଛା ଶକ୍ତିକୁ ଦୃଢ଼ତାର ସହ କେନ୍ଦ୍ରୀଭୂତ କରି ଆଗକୁ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଆବଶ୍ୟକ। ଆଜିର ଦୁନିଆରେ ନିଜକୁ ସାମିଲ କରିବା ପାଇଁ ନିଜେ ଯେତିକି ପରିଶ୍ରମ କରୁଛନ୍ତି ତାଠାରୁ ବହୁଗୁଣରେ ଆମ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ସାମ୍ବାଦିକ ଗିରି ମାଝୀଙ୍କୁ କୃତଜ୍ଞତା ଜଣାଇବା ସହିତ ଝରିଗାଁ ବ୍ଳକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ହୃଦୟରୁ ମାଁ ପେଣ୍ଡ୍ରାଣୀଙ୍କ ନିକଟରେ ସେମାନଙ୍କର ମଙ୍ଗଳ କାମନା କରିଥିବା କହିଛନ୍ତି ଶ୍ରୀ ଡମ୍ବରୁ ନାଏକ। ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ର ଝରିଗାଁ ପ୍ରତିନିଧି ରାମଦାସ ଭତ୍ରାଙ୍କ ରିପୋର୍ଟ।। ଆପଣଙ୍କ ଏଭଳି ବ୍ୟକ୍ତିତ୍ଵ ପ୍ରକାଶନ ପାଇଁ ଆମ ସହିତ ଯୋଗାଯୋଗ କରନ୍ତୁ।

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ