ପୋଲସରା ପ୍ରେସ କ୍ଳବ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ।
ପୋଲସରା ପ୍ରେସ କ୍ଳବ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ।
ପୋଲସରା ୧୬/୧୧/୨୦୨୪(ବ୍ରାହ୍ମ ମୁହୂର୍ତ୍ତ) ନଭେମ୍ବର ୧୬ ତାରିଖକୁ ସମଗ୍ର ଦେଶରେ ଜାତୀୟ ପ୍ରେସ ଦିବସ ରୂପେ ପାଳନ କରିବା ଅବସରରେ ଗଞ୍ଜାମ ଜିଲ୍ଲାର ପୋଲସରା ପ୍ରେସ କ୍ଳବ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଆୟୋଜିତ ପ୍ରେସ ଦିବସ ଉତ୍ସବରେ ପ୍ରେସ କାଉନସିଲ ର ନିଷ୍ପତ୍ତି ଅନୁଯାୟୀ"ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ଵରୂପ" ଶୀର୍ଷକ ଆଲୋଚନାଚକ୍ର କୁ ବରିଷ୍ଠ ସାମ୍ବାଦିକ ଡ.ଜ୍ୟୋର୍ତିମୟ ପଟ୍ଟନାୟକ ଉଦଘାଟନ କରି ଆଜିର ସମୟରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିବା ବେଳେ ମୂଖ୍ୟ ବକ୍ତା ଅଧ୍ୟାପକ ସୁଶାନ୍ତ ସାହୁ ଗଣମାଧ୍ୟମ ବ୍ୟକ୍ତିତ୍ବର ଗାରିମା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରେସ କ୍ଳବର ବରିଷ୍ଠ ସଦସ୍ୟ ହରିହର ପାତ୍ର ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ସହିତ ଗଣମାଧ୍ୟମର ସ୍ଵରୂପ ବଦଳି ଯାଉଥିବାରୁ ସାମ୍ବାଦିକମାନେ ତାସହିତ ତାଳ ଦେଇ ଚାଲି ନପାରିଲେ ପଛେଇ ଯିବେ ବୋଲି ମତବ୍ୟକ୍ତ କରିଥିଲେ। ପ୍ରେସ କ୍ଳବ୍ ର ସଭାପତି କେ ସୁମିତା ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ସନ୍ତୋଷ କୁମାର ପଣ୍ଡା , ସିମାଞ୍ଚଳ ସାହୁ , ଅତ୍ରି ପଟ୍ଟନାୟକ ଓ ରୋହିତ ପ୍ରଧାନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ କେ ସନ୍ତୋଷ କୁମାର ପାତ୍ର , ସୁଶାନ୍ତ ମହାରଣା , ରବିନ୍ଦ୍ର ପ୍ରଧାନ , ପ୍ରଗତି ବନ୍ଧୁ ଦାସ , ଅକ୍ଷାନ୍ତ ମିଶ୍ର , ନାରାୟଣ ସାହୁ ଓ ଟି ଶରତ କୁମାର ସୁବୁଦ୍ଧି ପ୍ରମୁଖ ଆଲୋଚନା ଚକ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପୂର୍ବରୁ ଶୁଭ ଦିଆ ଯାଇଥିବା ସ୍ଥାନରେ ପ୍ରେସ କ୍ଳବ୍ ର ନିଜସ୍ୱ ଗୃହ ନିର୍ମାଣ ସକାଶେ ଉଦ୍ୟମ କରିବା ପାଇଁ ନିଷ୍ପତି କରା ଯାଇଥିଲା।
Comments
Post a Comment