ସତ ଲେଖିଲେ ବ୍ରହ୍ମ ବିନ୍ଧୁଛି..??

ଡାକ୍ତର ହେବାକୁ ହେଲେ ଡାକ୍ତରୀ ପଢିବାକୁ ହୁଏ ।ଓକିଲ ହେବାକୁ ହେଲେ ଆଇନ ପଢିବାକୁ ହୁଏ। ଶିକ୍ଷକ ହେବାକୁ ହେଲେ ବିଇଡି/ସିଇଟି ପଢ଼ୁବାକୁ ହୁଏ ।ଯନ୍ତ୍ରୀ ହେବାକୁ ହେଲେ ଇଂଜିନିୟରିଂ ପଢିବାକୁ ହୁଏ। ରୋଗୀ ସହାୟକ ହେଲେ ଏ ଏନ ଏମ/ ଜିଏନଏମ ପଢିବାକୁ ହୁଏ। ରୋଗୀକୁ ସଠିକ ଔଷଧ ଦେବାକୁ ହେଲେ ଫର୍ମାସୀ ପଢିବାକୁ ହୁଏ। 
ସେହିପରି ସାମ୍ବାଦିକ ହେବାକୁ ହେଲେ ସାମ୍ବାଦିକତା ପଢିବାକୁ ହୁଏ।କିନ୍ତୁ ଆଜିର ଦିନରେ ସାମ୍ବାଦିକ ହେବାକୁ ହେଲେ ସାମ୍ବାଦିକତା  ସାର୍ଟିଫିକେଟର   ଆବଶ୍ୟକତା ନାହିଁ I ଏକଥା ମୁ କହୁନାହିଁ ଏକଥା ଏ ସମାଜ କହୁଛି , ଏକଥା ଆମ ସିଷ୍ଟମ କହୁଛି I ସାମ୍ବାଦିକ ହେବାକୁ ହେଲେ ମାତ୍ର କେଇଟା ଟଙ୍କା ଆବଶ୍ୟକ ଏବଂ କଥା କହି ଲୋକଙ୍କୁ ଚୁନା ଲଗାଇ ପାରୁଥିବ ବା ଲୋକଙ୍କୁ ଡରାଇ ପାରୁଥିବ I ଏକଥା କହିବାର ଅର୍ଥ ବା ଉଦ୍ଦେଶ୍ୟ ହେଉଛି ଜଣେ ବ୍ୟକ୍ତିକୁ  ସାମ୍ବାଦିକତା କରିବାକୁ ହେଲେ ୧ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାକୁ ପଡେ ଏବଂ ତାହା ସହ ୨ବର୍ଷ ସମୟ ସାମ୍ବାଦିକତା ପାଠ ପଢିବାକୁ ହୁଏ ତାପରେ ହୁଏ ପରୀକ୍ଷା I ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସାମ୍ବାଦିକ ହେବାକୁ ଯୋଗ୍ୟତା ହାସଲ କରେ I ଖାଲି ଏତିକିରେ କଥା ସରେନି, ଏହାପରେ ସେ ଯେ କୌଣସି ଏକ ଗଣମାଧ୍ୟମ ସଂସ୍ଥାରେ ପ୍ରଶିକ୍ଷଣ ନେବାକୁ ପଡେ ଏବଂ ପ୍ରଶିକ୍ଷଣରେ ପ୍ରବୀଣଲାଭ ପରେ ତାକୁ ମିଳେ ଏକ ସାମ୍ବାଦିକର ପ୍ରଥମ ପାହାଚ ଚଢ଼ିବାର ଅନୁମତି ପତ୍ର ବା ଈଂଟର୍ନସିପ ସାର୍ଟିଫିକେଟ I ତାପରେ ଆରମ୍ଭ ହୁଏ ସାମ୍ବାଦିକତା ବା ସେ ପାଇଯାଏ ସାମ୍ବାଦିକତାର ପରିଚୟ ପତ୍ର I କିନ୍ତୁ ଆଜିର ଦିନରେ ସେହି ସାମ୍ବାଦିକତା ସାର୍ଟିଫିକେଟ ଟି ମୂଲ୍ୟହୀନ ଭଳି ଲାଗୁଛି ଏବଂ ଦୁଇବର୍ଷ ସମୟ ନଷ୍ଟ କରିବା ସହ ୨ଲକ୍ଷ ଆର୍ଥିକ କ୍ଷତି ଘଟିଲା ଭଳି ଲାଗୁଛି I                                             
     ମୋର ଜଣେ ଅତି ନିକଟ ସମ୍ପର୍କୀୟ ମୁରବୀ ମୋତେ ପ୍ରଶ୍ନ କଲେ , ଆରେ ଟୁନା ତୁ ପରା ସାମ୍ବାଦିକତା ପଢ଼ୁଥିଲୁ । ମୁଁ  କହିଲି ହଁ ଆଜ୍ଞା , ସେ ପୁଣି ପଚାରିଲେ କ'ଣ କେତେ ଖର୍ଚ୍ଚ ହେଇଥିଲା କିରେ । ମୁଁ ଉତ୍ତର ଦେଲି ଆଜ୍ଞା ରାଜଧାନୀରେ ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଥିବା କଲେଜରେ ଭଲ ସାମ୍ବାଦିକତା ପଢିବା ସହ ରୁମ ନେଇ ରହିବା ଓ ଖାଇବା ଖର୍ଚ୍ଚ ସହ ମୋଟ ୨ଲକ୍ଷ ଭିତରେ ଖର୍ଚ୍ଚ ହୋଇଥିଲା  I ସେ ଖୁବ ଜୋରେ ହା ହା ହା ହୋଇ  ହସିବାକୁ ଲାଗିଲେ। ମୁଁ ଆଶ୍ଚର୍ଯ୍ୟର ସହ ତାଙ୍କୁ ଅନେଇ ରହିଥାଏ , ହସ ସାରିବା ଯାଏ , ହସ ସରିଲା ତାଙ୍କର। ମୁଁ ପଚାରିଲି ଆପଣ ଏମିତି ହସିଲେ ଯେ ..? ଉତ୍ତରରେ କହିଲେ ,ତୁ ବୋକା ପିଲାଟା, ସେଥିପାଇଁ। ଆମ ଟୋକାକୁ ଦେଖ ନା ସେ ସାମ୍ବାଦିକତା କରିଛି ନା ପାଠ ପଢିଛି ,ପାଠ ତାର ମେଟ୍ରିକ ସେ ପୁଣି ଜଷ୍ଟ ପାସ , କିନ୍ତୁ ୨ରୁ ତିନିଟା କଣ ବଡ ଲମ୍ବା ଲମ୍ବା ଧରି ବେଗ୍ ପୁରେଇ ନେଇ ଯାଉଛି ଯେ, ରାତିରେ ଫେରୁଛି । ଯୋଉଟାକୁ ମୁହଁରେ ଗେଂଜି ଦଉଛନ୍ତି, ଯଉଠି ପାଇଲେ ସେଇଠି , କିଛି ସ୍ଥାନ କାଳ ନାହିଁ , ମୁ କହିଲି ଆଜ୍ଞା ସେଇଟାକୁ ସେମାନେ ବୁମ କହୁଛନ୍ତି । ସେ କହିଲେ ହଁ ବା। ସେ ଟୋକା କହିଲା, ମୁ ତିନିଟା ଚେନେଲରେ ସାମ୍ବାଦିକ ଅଛି I ମତେ(ଅତିଥି )ପରା କହୁଥିଲା, ଦାଦା ତମେ କାମ କରିବକି ନିୟୁଜ ରେ ମୁଁ (ଅତିଥି)କହିଲି ଆରେ ମୁଁ କଣ ପାରିବି । ଟୋକା କହିଲା ତିନି ହଜାର ଦିଅ ବାକି ମୁଁ ବୁଝିବି କାଲିଠୁ ସାଙ୍ଗ ହେଇ ଯିବା ସୂଚନା ଭବନ। ସୁର ଭାଇର ବାଇଟ୍ ନେବା , ତମେ କିଛି ଟେନସନ୍ ନିଅନାହିଁ I ସୂଚନା ଭବନ ପାଖ ମିଥୁନ ଦୋକାନ ରେ ମାଗଣା ଚା ବିସ୍କୁଟ ସାଙ୍ଗକୁ ଖରାବେଳେ ବି ଜଣେ ଡାକିଛି ଜଣକ ପିଛା ହଜାରେ ମାନେ ମୋର ୩ଟା ବୁମ ୩ହଜାର ତମର ହଜାରେ I ଏକଥା ଶୁଣି ମୁଁ ନିଜକୁ ହୀନ ମନେକରିବା ସହ ମନକୁ ମନ ପ୍ରଶ୍ନ କଲି । ସତରେ କଣ ସାମ୍ବାଦିକତା ମାନେ ଏଇଆ ..? ସାମ୍ବାଦିକତା ସାର୍ଟିଫିକେଟର ମୂଲ୍ୟ କିଛି ନାହିଁ ? ସାମ୍ବାଦିକତା କରିବାକୁ ହେଲେ କ'ଣ ଟଙ୍କା ୩ହଜାର ଦରକାର...? ଏହା ପରେ ମୋର ଅନେକ ସାମ୍ବାଦିକ ବନ୍ଧୁ ମାନଙ୍କୁ ପଚାରିଛି କି ଆମେ କ'ଣ ସାମ୍ବାଦିକତା ପଢିଥିଲେ ଏଇଥି ..? ପ୍ରକୃତ ସାମ୍ବାଦିକ ଆଜି ଅବହେଳିତ ..ପ୍ରକୃତ ସାମ୍ବାଦିକ ଆଜି ସମାଲୋଚନାର ପାତ୍ର...ପ୍ରକୃତ ସାମ୍ବାଦିକ ଆଜି ନିଜକୁ ସାମ୍ବାଦିକର ପରିଚୟ ଦେବାକୁ କୁଣ୍ଠାବୋଧ କରୁଛି....! ଆଜି ବି ବହୁ ଛାତ୍ର/ ଛାତ୍ରୀ ସାମ୍ବାଦିକତା ପଢି ନିଜକୁ ସମାଜରେ ସାମ୍ବାଦିକ ଭାବେ ଉପସ୍ଥାପନା କରିବାକୁ ଅପେକ୍ଷାରତ ..I ଏପରି ଅନେକ ଭାଇ ଭଉଣୀ ମାନେ ଆଜି ସମ୍ବାଦିକ ଭାବେ ସରକାରଙ୍କ ନିକଟରେ ହେଉ ବା ସମାଜରେ ହେଉ ବା କାର୍ଯ୍ୟରତ ସଂସ୍ଥା ଦ୍ୱାରା ଅବହେଳିତ ,ଲାଂଛିତ I ଏହାର କଣ ଅନ୍ତ ନାହିଁ , ନା ସରକାର ନିରବଦ୍ରଷ୍ଟା ସାଜି ରହିବେ !  ଡିଜିଟାଲ ଗଣମାଧ୍ୟମ ଉପରେ ସରକାର ଅଙ୍କୁଶ ଲଗାଇବାକୁ ଆନ୍ତରିକ ଉଦ୍ୟମ କରୁ ନାହାନ୍ତି। ତେଣୁ ଯେ ଚାହିଁଲା ସେ ଚ୍ୟାନେଲ ଖୋଲିଲା, ବୁମ୍ ଓ ମୋବାଇଲ ଧରିଲା ସାମ୍ବାଦିକ ହେଲା I
ସରକାରଙ୍କୁ ମୋର ଏତିକି ଅନୁରୋଧ କି ସାମ୍ବାଦିକତା ପାଇଁ ଯଦି ସାମ୍ବାଦିକତା ପାଠ୍ୟକ୍ରମର ଆବଶ୍ୟକତା ନାହିଁ ତାହେଲେ ବନ୍ଦ କରିଦିଅନ୍ତୁ ଏହି ପାଠ୍ୟକ୍ରମ। ପାଠ୍ୟକ୍ରମରୁ ହଟାଇ ଦିଅନ୍ତୁ "Journalism and Mass Communication "
ଏହା ମୋର ଅନ୍ତରର ..କିନ୍ତୁ ମୁଁ ମନେ କରୁଛି ଏହା ହେଉଛି ପ୍ରତ୍ୟେକ ସାମ୍ବାଦିକତାରେ ସାର୍ଟିଫିକେଟ ହାସଲ କରି ସାମ୍ବାଦିକତା କରୁଥିବା ଭାଇ ଭଉଣୀଙ୍କ ଅନ୍ତରର କଥା ଏକଥା Journalism and Mass Communication "ର ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ କଥା ...I ସତ ଲେଖିଲେ ବ୍ରହ୍ମ ବିନ୍ଧୁଛି....ଆଉ.....
                    ମନୋଜ କୁମାର ନାଥ 
               ସୋମାକ ଛାତ୍ର (୨୦୧୩/୨୦୧୫ )

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ