ଜଗନ୍ନାଥ ପ୍ରସାଦରେ ଗଞ୍ଜାମ ଜିଲ୍ଲାପାଳ ଓ ଅରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି l

ଜଗନ୍ନାଥ ପ୍ରସାଦରେ ଗଞ୍ଜାମ ଜିଲ୍ଲାପାଳ ଓ ଅରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି l
ଜଗନ୍ନାଥ ପ୍ରସାଦ:(ବ୍ରାହ୍ମ ମୁହୂର୍ତ୍ତ):- ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ପରିସରରେ ମଙ୍ଗଳବାର ଦିନ ଜିଲାପାଳ ଓ ଅରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ସର୍ବମୋଟ ୧୪୩ଅଭିଯୋଗ ପଞ୍ଜିକୃତ ହୋଇଥିଲା l ଶିବିରରେ ୭ଟି ସାମୂହିକ ଓ ୧୩୬ ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା l ଏହି ଶିବିରରେ ଗଞ୍ଜାମ ଜିଲ୍ଲାପାଳ ଅନୁପସ୍ଥିତ ଥିବା ବେଳେ ଅତିରିକ୍ତ ଜିଲାପାଳ (ଏଡିଏମ୍) ଡ଼ଃ ପ୍ରମୋଦ କୁମାର ପୃଷ୍ଟି , ଯୋଗଦେଇ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ l ଏସବୁ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବାକୁ ସେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ଶିବିରରେ ଆବାସ ଯୋଜନା, ପାନୀୟ ଜଳ, ଶୌଚାଳୟ ,ରାସନକାର୍ଡ, ଶିକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କିତ ଅଭିଯୋଗ ଗୁଡ଼ିକର ଶୁଣାଣି ହୋଇଥିଲା l ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରୁ ପଠା ଯାଉଥିବା ଅଭିଯୋଗ ଦରଖାସ୍ତ ଗୁଡ଼ିକ ଉପରେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରି ତୁରନ୍ତ ସମାଧାନ ସହ ଜିଲା ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଜିରାବାଡି ପଞ୍ଚାୟତର ପଞ୍ଚାନନ ସେଠି (୬୩)ଜଣେ ଭିର୍ଣ୍ଣକ୍ଷମ ହୋଇଥିଲେ ସୁଦ୍ଧା ଆଜିଯାଏଁ ଭତ୍ତା ପାଇ ପାରିନଥିବା ଅଭିଯୋଗ କରିଥିଲେ l  ସେ ଜଣେ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ ଜଣେ ପୋଲିସ ଭାଇ ଓ ସମାଜସେବୀ ନୀଳାଞ୍ଚଳ ସାହୁ ମିଶି ଅଭିଯୋଗ ପ୍ରକୋଷ୍ଟକୁ ନେବା ପାଇଁ ସହାୟକ ହୋଇଥିଲେ l ଏସବୁ ଅଭିଯୋଗକୁ ଗୁରୁତ୍ୱର ସହ ନେବାକୁ ଅତିରିକ୍ତ ଜିଲାପାଳ ସ୍ଥାନୀୟ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ଶିବିରରେ ଅତିରିକ୍ତ ଜିଲାପାଳ(ଏଡିଏମ୍)ଡ଼ଃ ପ୍ରମୋଦ କୁମାର ପୃଷ୍ଟି , ଡେପୁଟି ଜିଲ୍ଲାପାଳ ଅଭିଷେକ ସାହୁ, ଅତିରିକ୍ତ ଏସ.ପି ରଞ୍ଜିତ କୁମାର୍ ପୃଷ୍ଟି , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ,ବିଡ଼ିଓ ମନ୍ମଥ ନାଥ ମଲ୍ଲିକ, ତହସିଲଦାର ଅଶୋକ କୁମାର ମୁଦୁଲି ,ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଦାସ କିରଣ କୁମାର,ଡିଏସଡବ୍ଲୁ ପଦ୍ମିନୀ ସାହୁ, ଥାନାଧିକାରୀ ଅରୁଣ କୁମାର୍ ସିଂ,ବ୍ଲକ  ସହକାରୀ ନିର୍ବାହୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ, ସେକ୍ସନ ଅଧିକାରୀ ରାମକୃଷ୍ଣ ମହାନ୍ତି,ଜିପିଓ ମାଥୁରାମ ନାୟକ, ଯୋଗାଣ ଅଧିକାରୀ ନିଖିଳ ପ୍ରଧାନ ,  ସିଡିପିଓ ଭି.ମଣିମାଳା, ବିଦୁତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଶନ୍ନ କୁମାର ସିଂ, କ୍ଷୁଦ୍ରଜଳ ସେଚନ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ମିଶ୍ର ,ଆରଡି ଯନ୍ତ୍ରୀ ଯୋଗେନ୍ଦ୍ର କୁମାର ସାହୁ , ଆରଡବ୍ଲ୍ୟୁଏସଏସ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ସ୍ୱର୍ଣ୍ଣିମା ନନ୍ଦଙ୍କ ସମେତ କୃଷି , ମତ୍ସ୍ୟ, ଅଧିକାରୀ ଏବଂ ବିଭିନ୍ନ ବିଭାଗୀୟ ବ୍ଲକ ଅଧିକାରି ଉପସ୍ଥିତ ରହି ଜନ ସାଧାରଣ ମାନଙ୍କୁ ତ୍ୱରିତ ସେବା ଯୋଗାଇଥିଲେ l କାର୍ଯ୍ୟକ୍ରମରେ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

Comments

Popular posts from this blog

କାହିଁକି ମାଝୀ

ଝରିଗାଁ ବ୍ଲକରେ ଫେଲ ମାରିଛି ଆବାସ ଯୋଜନା।

ଚ଼ଣ୍ଡିଆପଲ୍ଲୀ ରେ ଜଗଦ୍ଧାତ୍ରୀ ପୂଜା ଅନୁଷ୍ଠିତ