Posts

Showing posts from November, 2023

ଚିତାବେଡା ଅଧିଷ୍ଠାତ୍ରୀ ଦେବୀ ମାଁ ଠାକୁରାଣୀ ମନ୍ଦିରର ରତ୍ନମୁଦ ସ୍ଥାପନ |

Image
ଚିତାବେଡା ଅଧିଷ୍ଠାତ୍ରୀ ଦେବୀ ମାଁ ଠାକୁରାଣୀ ମନ୍ଦିରର ରତ୍ନମୁଦ ସ୍ଥାପନ |  ରାମଦାସ ଭତ୍ରାଙ୍କ ରିପୋର୍ଟ- ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ)  22/11-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚିତାବେଡା ପଞ୍ଚାୟତ ସଦର ମହକୁମାର ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀ ମନ୍ଦିର ର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ  ଆଜି ମନ୍ଦିରରେ ରତ୍ନମୁଦ ସ୍ଥାପନ ହୋଇଯାଇଛି |ଉକ୍ତ ମାଙ୍ଗଳିକ କାର୍ଯ୍ୟକ୍ରମରେ ଗ୍ରାମର ପୂଜାରୀ ଟିକଚନ୍ଦ ପୂଜାରୀ ଏବଂ ତାଙ୍କର ସହ ଧର୍ମିଣୀ  କର୍ତା ଭାବେ କାର୍ଯ୍ୟ ତୁଲେଇ ଥିବା ବେଳେ  ପୂରୋହିତ ସୁରେନ୍ଦ୍ର ଶତପଥିଙ୍କ ପୌରହିତ ରେ ନିତିକାନ୍ତୀ,ହୋମ ଯଜ୍ଞ,ରତ୍ନ ମୁଦ କାର୍ଯ୍ୟ ସମାପିତ ହୋଇଥିଲା।ଗ୍ରାମର ଅନ୍ୟ ଭଦ୍ର ଓ ମୁଖ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ବଳି ପୂଜାରୀ, ଅରୁଣ ପୂଜାରୀ ଫୁଲଚନ୍ଦ ପୂଜାରୀ ଓ ମନ୍ଦିର କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ |ଝରିଗାଁ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତର ଏକାଧିକ  ଗ୍ରାମ ତଥା ଆଖପାଖ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା |ଶ୍ରଦ୍ଧାଳୁ ତଥା ମା ଙ୍କ ଉପାସକ ମାନେ ମା ଙ୍କ ଦାନହୁଣ୍ଡୀ ରେ ଧାନ, ବିରି, କାନ୍ଦୁଲ, କୋଳଥ ତଥା ନାନା ପ୍ରକାରର ଶସ୍ୟ ସାଙ୍ଗକୁ ରୂପା ସୁନା ସବୁ ଦାନ କରିଥିବା ଦୃଷ୍ଟି ଗୋଚର ହୋଇଛି |ଗ୍ରାମବାସୀ ଏକତ୍ରିତ ହୋଇ ମା ଙ୍କ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତି ନେଇ ଶ୍...

ମୁରବୀ ଶୂନ୍ୟ ଆଜି ଏସିଆ ମହାଦେଶର ସର୍ବବୃହତ ବସ୍ତି ସାଲିଆ ସାହି

Image
 ମୁରବୀ ଶୂନ୍ୟ ଆଜି ଏସିଆ ମହାଦେଶର ସର୍ବବୃହତ ବସ୍ତି ସାଲିଆ ସାହି ଭୁବନେଶ୍ୱର(ବ୍ରାହ୍ମ ମୁହୂର୍ତ୍ତ) : ଧର୍ମ ପରାୟଣ ପରୋପକାରୀ ସମାଜସେବୀ ମୁରବୀ ଶୂନ୍ୟ ଆଜି ଏସିଆ ମହାଦେଶର ସର୍ବବୃହତ ବସ୍ତି ସାଲିଆ ସାହି। ରାଜ୍ୟ ରାଜଧାନୀ ଭୁବନେଶ୍ବର ଅନ୍ତର୍ଗତ ଉତ୍ତର ଭୁବନେଶ୍ୱରର ସାଲିଆ ସାହିରେ ଘରେ ଘରେ ପରିଚିତ ବରିଷ୍ଠ ମୁରବୀ ଚରଣ ମାଝୀଙ୍କର ହଠାତ୍ ଶନିଵାର ଦିନ ଅକାଳ ବିୟୋଗ ଘଟିଛି । ଏଭଳି ଖବର ପ୍ରସାରଣ ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ସେ ସକାଳୁ ବିଛଣାରୁ ଉଠି ସମସ୍ତ ନିତ୍ୟକର୍ମ ସାରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଏକ ଘରୋଇ ହସ୍ପିଟାଲକୁ ନିଆ ଯାଉଥିବା ବାଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।  ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସରଳ, ଉଦାର ହୃଦୟର ବ୍ୟକ୍ତି ଥିଲେ । ସାଲିଆ ସାହିରେ ଦୀର୍ଘ ୩୦ ବର୍ଷର ରହଣି କାଳ ମଧ୍ୟରେ ସେ ଲୋକମାନଙ୍କ ସହିତ ମିଶି ବହୁତ ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ବହୁ ସମସ୍ୟାର ସମାଧାନ କରିଛନ୍ତି । ତାଙ୍କ ବିୟୋଗରେ ସମଗ୍ର ସାଲିଆ ସାହିରେ ଶୋକର ଛାୟା ଖେଳି ଯାଇଛି ।  ମୃତ୍ୟୁ ଖବର ପାଇ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସାଲିଆ ସାହିର ୪ ଜଣ କର୍ପୋରେଟର ଓ ବିଭିନ୍ନ ନେତୃମଣ...

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପୋଲସରାରେ ପ୍ରାକ ପ୍ରସ୍ତୁତି ବୈଠକ l

Image
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପୋଲସରାରେ ପ୍ରାକ ପ୍ରସ୍ତୁତି ବୈଠକ l ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା(ବ୍ରାହ୍ମ ମୁହୂର୍ତ୍ତ) ତା 19/11/203 ଆସନ୍ତା 2024ଜାନୁଆରୀ ମାସ 22ତାରିଖ ପବିତ୍ର ସୋମବାର ଦିନ ବହୁ ପ୍ରତିକ୍ଷୀତ ଉତ୍ତରପ୍ରଦେଶ ଅଯୋଧ୍ୟା ରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ଙ୍କ ଭବ୍ୟ ରାମ ମନ୍ଦିରର ହେବାକୁ ଥିବା ପ୍ରତିଷ୍ଠା ଉର୍ତ୍ସବକୁ ସ୍ୱରଣୀୟ କରିବାକୁ ନେଇ ପୋଲସରା ସ୍ଥିତ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ୍ୟଦେଇ ଏହି ଗୌରବମୟ ମନ୍ଦିର ପ୍ରତିଷ୍ଠା ଉର୍ତ୍ସବକୁ ନେଇ ଆଲୋଚନା କରିଥିଲେ l ପୋଲସରା ଏନ. ଏ. ସି. ସମେତ ପୋଲସରା ବ୍ଲକର ସମସ୍ତ ପାଞ୍ଚୟତ ରେ କିପରି ଭାବରେ ପାଳନ କରାଯିବ ସେଥିର ରୂପରେଖ ପ୍ରସ୍ତୁତ କରିଥିଲେ l ବୈଠକ ରେ ଆଗାମୀ ଦିନରେ ସମସ୍ତ ପାଞ୍ଚୟତ ର ଲୋକଙ୍କୁ ସାମିଲ କରାଯାଇ ଏକ ପୂର୍ଣ୍ଣାଙ୍ଗ କମିଟି କରାଯାଇ କାର୍ଯ୍ୟକ୍ରର ଚୂଡାନ୍ତ ପ୍ରସ୍ତୁତି କରାଯିବାକୁ ନିଷ୍ପତି ନିଆଯାଇଛି l ବୈଠକରେ ମୃତୁଞ୍ଜୟ ପଟ୍ଟନାୟକ, ମନୋଜ ସାହୁ, ଶିବରାମ ଜେନା, ନାରାୟଣ ସାହୁ, ହୃଷିକେଶ ସାହୁ, କୃଷ୍ଣଚନ୍ଦ୍ର ଦୀକ୍ଷିତ, ରୋହିତ ଜେନା, ଦଧିବାମନ ନାହାକ, ସିମାଞ୍ଚଳ ସାହୁ, କୃଷ୍ଣ ଚରଣ ପଟ୍ଟନାୟକ, ବୁଲୁ ବେହେରା, ବିଜୁଳି ଗୌଡ଼, ବଳରାମ ସାହୁ, ସନ...

ପୋଲସରା ବିଜେପି ପକ୍ଷରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିକ୍ଷୋଭ।

Image
  ପୋଲସରା ବିଜେପି ପକ୍ଷରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିକ୍ଷୋଭ। ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ- ପୋଲସରା(ବ୍ରାହ୍ମ ମୁହୂର୍ତ୍ତ) ୧୮/୧୧/୨୦୨୩ ରାଜ୍ୟରେ ଗତ ୨୩ ବର୍ଷ ହେଲା ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଥିବା ଅଭିଯୋଗ କରି ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବି ପତ୍ର କରାଯାଇଛି। ଆଜି ଦଳ ନେତା ଓ କର୍ମୀ ମାନେ ପୋଲସରା ସହର ଆରମ୍ଭ ରେ ଥିବା ବାଲୁଙ୍କେଶ୍ବର ମନ୍ଦିର ଠାରୁ ଗୋଟିଏ ଶୋଭାଯାତ୍ରାରେ ବାହାରି  ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ତେବେ ଶୋଭାଯାତ୍ରା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ବେଳକୁ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୂଖ୍ୟ ଫାଟକ ବନ୍ଦ କରିଦେବାରୁ ବିଜେପି କର୍ମୀ ମାନେ ଉତ୍ୟକ୍ତ ହୋଇ ଫାଟକ କୁ ଠେଲାପେଲା କରିବା ସହିତ ପାଣି ପାଉଚ ପ୍ରଭୃତି ଫିଙ୍ଗା ଫୋପଡା କରିଥିଲେ। ଫଳରେ ଫାଟକ ସମ୍ମୁଖରେ କିଛି ସମୟ ପାଇଁ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା। ପୋଲିସ ବୁଝାସୁଝା କରିବା ପରେ ଅବସ୍ଥା ଶାନ୍ତ ପଡିଥିଲା। ଏହା ପରେ ଦଳର ଏକ ପ୍ରତନିଧି ଦଳ ସହକାରୀ ଯନ୍ତ୍ରୀ ଙ୍କୁ ୧୦ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଥିବା ଦୁର୍ନୀତି ବନ୍ଦ , ଯୋଗ୍ୟ ହିତାଧିକାରୀଙ୍...

ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ବିରୋଧ କରି ଭାରତୀୟ ଜନତା ପାର୍ଟିର ବ୍ଲକ ଅଫିସ ଘେରାଉ

Image
ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ବିରୋଧ କରି ଭାରତୀୟ ଜନତା ପାର୍ଟିର ବ୍ଲକ ଅଫିସ ଘେରାଉ | ରାମଦାସ ଭତ୍ରାଙ୍କ ରିପୋର୍ଟ- ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ) 18/11-ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ବିରୋଧ କରି ଆଜି ଝରୀଗାଁ ବ୍ଲକ ବିଜେପି ତରଫରୁ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଜୟନ୍ତ ହାଲଦାରଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ 7ଦଫା ଦାବୀପତ୍ର ପ୍ରଦାନ କରିବା ସହିତ ବ୍ଲକ ଅଫିସ ଘେରାଉ କରାଯାଇଛି |ଉକ୍ତ ଦାବୀପତ୍ରରେ ଦର୍ଶାଯାଇଛି କି, ଝରୀଗାଁ ବ୍ଲକରେ ଜଳସେଚନ ର ସୁବିଧା ନଥିବା ଯୋଗୁଁ ଏହି ଅଞ୍ଚଳର ଚାଷୀମାନେ ମରୁଡିର ଶିକାର ହେଉଛନ୍ତି, ଅଥଚ ରାଜ୍ୟ ସରକାର ଝରୀଗାଁ ବ୍ଲକକୁ ମରୁଡି ଘୋଷଣା କରୁନାହାନ୍ତି |କେନ୍ଦ୍ର ସରକାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗେଇ ଦେଉଛନ୍ତି ହେଲେ ପ୍ରକୃତ ହିତାଧିକାରୀଙ୍କୁ ଏହି ଘର ସବୁ ଦିଆଯାଉନି |କେନ୍ଦ୍ର ସରକାର ବୁଢାବୁଢ଼ୀ ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତାର ବ୍ୟବସ୍ଥା କରିଛନ୍ତି ହେଲେ, ପ୍ରକୃତ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ପାରୁନାହାନ୍ତି |କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ପାଇଁ କୋଟି କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଉଛନ୍ତି ହେଲେ, ରାଜ୍ୟ ସରକାର ସେ ଟଙ୍କା ସବୁର ସଦୁପଯୋଗ ନକରି ଆତ୍ମସାତ କରୁଛନ୍ତି |କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ପ୍ରତ୍ୟେକ ଗାଁକୁ ...

ନବରଙ୍ଗପୁର ସ୍ବାଧୀନତା ସଂଗ୍ରାମୀ ସ୍ମୃତି କମିଟି ଗଠିତ

Image
ନବରଙ୍ଗପୁର ସ୍ବାଧୀନତା ସଂଗ୍ରାମୀ ସ୍ମୃତି କମିଟି ଗଠିତ  ଜିଲ୍ଲା ପ୍ରତିନିଧି ସାଜ୍ଜାଦ୍ ଖାନ୍ ଙ୍କ ରିପୋର୍ଟ- ନବରଙ୍ଗପୁର(ବ୍ରାହ୍ମ ମୁହୂର୍ତ୍ତ) ୧୬/୧୧: ସହିଦ ପରିବାରକୁ ସହାୟତା ଉଦ୍ଦେଶ୍ୟରେ ଜିଲ୍ଲାରେ ଗଠନ ହୋଇଛି ସ୍ଵାଧୀନତା ସଂଗ୍ରାମୀ ସ୍ମୃତି କମିଟି। ଏହି କମିଟି ଜରିଆରେ ସଂଗ୍ରାମୀ ପରିବାରମାନଙ୍କ ହକ୍ ପାଇଁ ଲଢ଼େଇ କରାଯିବ ବୋଲି ସୂଚନା ଦିଆଯାଇଛି। କେବଳ ସେମାନଙ୍କ ପରିବାର ନୁହେଁ ସମାଜର ବିଭିନ୍ନ ସମସ୍ୟା ଦୂର କରିବା ସହ ଓ ଦୁର୍ନୀତିକୁ ଏହା ଜରିଆରେ ବିରୋଧ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ମୃତି କମିଟି ସଭାପତିରାଜ ଉଦ୍ଦିନ ଅହମ୍ମଦ । କମିଟି ପକ୍ଷରୁ କୁହାଯାଇଛି, ଟୁରି ନଦୀ ଗୁଳିକାଣ୍ଡରେ କେବଳ ୧୯ ଜଣ ସହିଦ୍ ହୋଇଛନ୍ତି ତା ନୁହେଁ। ବହୁ ସଂଖ୍ୟାରେ ଲୋକ ନିଜ ଜୀବନକୁ ଏଥିରେ ଝାସ ଦେଇଥିଲେ ମଧ୍ୟ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉ ନାହିଁ। ଟୁରି ନଦୀ ଗୁଳିକାଣ୍ଡ ଘଟଣା ପିଲାଙ୍କ ପାଠ୍ୟ ପୁସ୍ତକରେ ସ୍ଥାନିତ ହେଲେ ଆଗାମୀ ପିଢି ସହିଦଙ୍କ ବିଷୟରେ ଜାଣିପାରିବେ ବୋଲି ସିରାଜଉଦ୍ଦିନ ଓ ଉପଦେଷ୍ଟା କେଦାର ତ୍ରିପାଠୀ କହିଛନ୍ତି । ଏହି ଅବସରରେ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରସ୍ତୁତ କରାଯାଇଛି। ଦାବିଗୁଡିକ ମଧ୍ୟରେ ସଂଗ୍ରାମୀ ପରିବାର ଦାୟାଦଙ୍କୁ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ କରିବା, ସଂଗ୍ରାମୀ ପରିବାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବା, ଜଣଙ୍କୁ ଚାକି...