Posts

Showing posts from July, 2024

ସାଇଧାରା ଜଳପ୍ରପାତକୁ ଦର୍ଶନୀୟ ସ୍ଥାନ ମାନ୍ୟତା ପାଇଁ ପ୍ରସ୍ତାବ ଆଗତ

Image
ସାଇଧାରା ଜଳପ୍ରପାତକୁ ଦର୍ଶନୀୟ ସ୍ଥାନ ମାନ୍ୟତା ପାଇଁ ପ୍ରସ୍ତାବ ଆଗତ ଝରିଗାଁ-୨୪/୦୭(ବ୍ରାହ୍ମ ମୁହୂର୍ତ୍ତ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅଧୀନସ୍ଥ ସାଇଧାରା ଜଳପ୍ରପାତକୁ ଜିଲ୍ଲାର ଦର୍ଶନୀୟ ସ୍ଥାନ ତାଲିକାରେ ସାମିଲ କରିବା ପାଇଁ ଆଜି ଝରିଗାଁ ବ୍ଲକ୍ କୁଟ୍ରି ଛାପର   ପଞ୍ଚI ୟତ ସମିତି ବୈଠକରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଦୀର୍ଘ ବର୍ଷ ହେବ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜଙ୍ଗଲ ପାହାଡ଼ ଘେରା ଜଳପ୍ରପାତ ଟିକୁ ଦେଖିବା ସହ ଏହାର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଲୋକଙ୍କ ଆଗମନ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି ଏହି ପର୍ଯ୍ୟଟନ ସ୍ଥଳ। ଫଳରେ ଅବହେଳିତ ଅବସ୍ଥାରେ ରହିଛି ଏହି ଦର୍ଶନୀୟ ସ୍ଥାନ। ତେଣୁ ଏହାକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ସହ ଏହାର ବିକାଶ ପାଇଁ ଆଜି ପଞ୍ଚାୟତ ସମିତି ବୈଠକରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଆଜିର ବୈଠକରେ ସରପଞ୍ଚ ବୃନ୍ଦି ସାନ୍ତାଙ୍କ ସହ ସମିତି ସଭ୍ୟ ପ୍ରସନ୍ନ ମାଝୀ, ନାଏବ ସରପଞ୍ଚ ନରସିଂହ ପୂଜାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଛବିଲାଲ ସାହୁଙ୍କ ସହ ସମସ୍ତ   ମେମ୍ବର ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ।

ଦାନଗଦି ବ୍ଲକ କାର୍ଯ୍ୟାଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Image
 ଦାନଗଦି ବ୍ଲକ କାର୍ଯ୍ୟାଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   ଯାଜପୁର ;୨୨/୦୭(ବ୍ରାହ୍ମ ମୁହୂର୍ତ୍ତ ): ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ  ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ୍ ଅଗ୍ରୱାଲ, ଯାଜପୁରଙ୍କ ଦାନଗଦି ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଯାଇଅଛି। ଉକ୍ତ ଶିବିରରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଯୋଗଦେଇ କହିଲେ ଯେ  ରାଜ୍ୟ ସରକାରଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଏକ ସୁଦୂର ପ୍ରସାରି କାର୍ଯ୍ୟକ୍ରମ ଯେଉଁଥିରେ ଜନସାଧାରଣ ବହୁଳ ମାତ୍ରାରେ ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ଫାଇଦା ପାଇ ପାରୁଛନ୍ତି । ପ୍ରଶାସନ ଲୋକ ମାନଙ୍କ ନିକଟତର ହୋଇ ସେମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର  ଜନଶୁଣାଣୀ ଶିବିର ମାଧ୍ୟମରେ ସମାଧାନ କରି ସେମାନଙ୍କୁ ତ୍ୱରିତ ସେବା ଯୋଗାଇଦେବା ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିବାସହ ବିଭାଗୀୟ ଅଧିକାରୀ ମାନଙ୍କୁ ପଠାଯାଉଥିବା ଦରଖାସ୍ତ ଗୁଡ଼ିକୁ ସଂପୃକ୍ତ ଅଧିକାରୀ ମାନେ ବିଳମ୍ବ ନକରି ଆପତ୍ତି ଅଭିଯୋଗ ଗୁଡ଼ିକର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାସହ କୌଣସି ଅଧିକାରୀଙ୍କ ନିକଟରେ ଯେଭଳି ଗୋଟିଏ  ଅଭିଯୋଗ ସମାଧାନ ରେ ବିଳମ୍ବ ନହୁଏ ସେଥିପ୍ରତି ...

ପୂର୍ବତନ ସାଂସଦ ପ୍ରତିନିଧଙ୍କ ନାମରେ ସରକାରୀ ଜମି ଜବରଦଖଲ ଅଭିଯୋଗ- ନବରଙ୍ଗପୁର

Image
ପୂର୍ବତନ ସାଂସଦ ପ୍ରତିନିଧଙ୍କ ନାମରେ ସରକାରୀ ଜମି ଜବରଦଖଲ ଅଭିଯୋଗ- ନବରଙ୍ଗପୁର  ଝରିଗାଁ-(ବ୍ରାହ୍ମ ମୁହୂର୍ତ୍ତ)୨୨/୦୭: ନିଜ କ୍ଷମତାର ଦୁରୁପଯୋଗ କରିଛନ୍ତି ପୂର୍ବତନ ସାଂସଦ ପ୍ରତିନିଧି। କ୍ଷମତାର ଦୁରୁପଯୋଗ କରି ଏକର ଏକର ସରକାରୀ ଜମିକୁ ବଳପୂର୍ବକ ଅକ୍ତିଆର କରିଛନ୍ତି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଝରିଗାଁ ବ୍ଲକ୍ ପ୍ରତିନିଧି ପ୍ରିୟରଞ୍ଜନ ଦାସ ଓରଫ ବୁଲୁ ଦାସ। ବର୍ଷାଧିକ କାଳ ଏହିପରି ଭାବେ ଏକାଧିକ ସରକାରୀ ଜମି ଜବରଦଖଲ କରି ଆସିଥିବା ନେଇ ଆଜି ଝରିଗାଁ ବ୍ଲକ୍ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଲୋକେ। ଅଭିଯୋଗ ଅନୁଯାୟୀ ବୁଲୁ ଦାସ ପୂର୍ବତନ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ପ୍ରତିନିଧି ଥିବା ସମୟରେ ଝରିଗାଁ ସ୍ଥିତ ନିଜ ବାସଭବନ ସନ୍ନିକଟ ମଶାଣିପଦାର  କିଛି ଜାଗାକୁ ଜବରଦଖଲ କରି ସେଠାରେ ଏକ ଘର ନିର୍ମାଣାଧୀନ ଥିବା ବେଳେ ଝରିଗାଁ ଠାରେ ଡିଗ୍ରୀ କଲେଜ ପାଇଁ ସଂରକ୍ଷିତ ସରକାରୀ ଜମିକୁ ମଧ୍ୟ ଜବରଦଖଲ କରିଛନ୍ତି ବୁଲୁ ଦାସ। ସେହିଭଳି ଝରିଗାଁ ଠାରେ ନିର୍ମାଣାଧୀନ ନୂତନ କୋର୍ଟ ସାମନାରେ ମଧ୍ୟ ସରକାରୀ ଜମିକୁ ଜବରଦଖଲ କରି ବୁଲୁ ଦାସ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଥିବା ବେଳେ ଝରିଗାଁ ଆଦର୍ଶ ବିଦ୍ୟାଳୟ ସାମ୍ନାରେ ଝରିଗାଁ-ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତା କଡ଼...

ଝରିଗାଁ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

Image
ଝରିଗାଁ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି (୩୦ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ) ଝରିଗାଁ(ବ୍ରାହ୍ମ ମୁହୂର୍ତ୍ତ)-୨୨/୦୭: ଆଜି ଝରିଗାଁ ଠାରେ ନବରଙ୍ଗପୁର ଜିଲ୍ଲାପାଳ ଡଃ. କମଳଲୋଚନ ମିଶ୍ରଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୩୦ ଅଭିଯୋଗ ଦାଖଲ ହୋଇଥିବା ବେଳେ ୨୩ ଅଭିଯୋଗ ବ୍ୟକ୍ତିଗତ ଏବଂ ୭ଟି  ଅଭିଯୋଗ ଦଳଗତ ହୋଇଥିବା ସୂଚନା ମିଳିଛି। ଏହି ଅଭିଯୋଗ ଶୁଣାଣିରେ ମୋଟ ୮ଟି ଅଭିଯୋଗର ତ୍ଵରିତ ସମାଧାନ କରାଯାଇଥିବା ବେଳେ  ୨୨ଟି ଅଭିଯୋଗର ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହି ପରିପ୍ରେକ୍ଷୀରେ ଜଣଙ୍କୁ ଟ୍ରାଇ ସାଇକେଲ, ୩୦ ଜଣଙ୍କୁ ଭତ୍ତା ବଣ୍ଟନ ଏବଂ ୨୨ ଜଣଙ୍କୁ ଶ୍ରବଣ ଜନ୍ତ୍ର ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ କମଳଲୋଚନ ମିଶ୍ରଙ୍କ ସହ ନବରଙ୍ଗପୁର ଏସପି ରୋହିତ୍ ବର୍ମା, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ବିରଞ୍ଚି ନାରାୟଣ ଦରୱାନ, ଝରିଗାଁ ତହସିଲଦାର ଶଙ୍କର ପଟ୍ଟନାୟକ, ବିଡିଓ ପ୍ରିତା କୁମାରଙ୍କ ସହ ମୋଟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ବିଜୁଳି ଘଡ ଘଡି ରୁ ଜଣେ ଆହତ ଦୁଇ ଜଣ ଗୁରୁତ୍ୱର

Image
ବିଜୁଳି ଘଡ ଘଡି ରୁ ଜଣେ ଆହତ ଦୁଇ ଜଣ ଗୁରୁତର   ଝରୀଗାଁ ତା 21/7/24(ବ୍ରାହ୍ମ ମୁହୂର୍ତ୍ତ) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ପଞ୍ଚାୟତର  କରମରୀ ଗ୍ରାମ ର 3 ଜଣଙ୍କୁ ଧାନପଲା ରୋଇବା ବେଳେ ବ୍ରଜପାତ ରେ ଆହତ ହେଇଛନ୍ତି l ଅପରାହ୍ନରେ ପ୍ରବଳ ବର୍ଷା ସହ ଘଡ ଘଡି ହେବା ସମୟରେ ବିଜୁଳି ମାରିଥିଲା l ଏହି ସମୟରେ ବ୍ରଜପାତ ହେବାରୁ 3 ଜଣ ମହିଳା  ଆଚେତ ହୋଇ ବିଲରେ ହିଁ ପଡି ଯାଇଥିଲେ l ତେବେ ସେତି ମଧ୍ୟରୁ  ଆମରିକା ପନକା(38) କୁ ବେଶୀ ଆହତ ହେଇଚି ଭଳି ଜଣାପଡିଛି  l ଟିକ ଦୂରରେ ପଲା ରୋଇବା ଲୋକ ମାନେ ସଙ୍ଗେ ସଙ୍ଗେ ତାଙ୍କ ଘର ର ଲୋକ ଙ୍କୁ ଜଣାଇବାରୁ ଜଣକୁ କାର ରେ ଉମରକୋଟ ମେଡିକାଲ କୁ ନେଲେ l   ଏ ବିଷୟରେ ଗାଁ ଲୋକ ଜାଣି ବାରୁ ସେ 2 ଜଣ କୁ କରୁଣା ପ୍ରଧାନୀ,(35) କସ୍ତୁରିବା ପ୍ରଧାନୀ (30)କୁ ଘରେନେଇ ଓମ୍ବୁଲାନସ କୁ ଯୋଗାଯୋଗ କରି ଗାଡ଼ି ଆସି ଉମରକୋଟ ମେଡିକାଲ ରେ ବର୍ତ୍ତୀ କରିଛନ୍ତି l ଡାକ୍ତର ତିନି ଜଣ ଙ୍କୁ ଚିକିତ୍ସା କରିବାରୁ ଜଣ ଙ୍କୁ ଆମେରିକା ପନକା କୁ ଉମରକୋଟ ମେଡିକାଲ ରୁ ନବରଙ୍ଗପୁର କୁ ସ୍ଥାନାନ୍ତର କରାଯାଇଛି l ଆଉ ଦୁଇ ଜଣ ଉମରକୋଟ ମେଡିକାଲ ହିଁ ଚିକିତ୍ସା ହେଉଥିବା ଜଣାପୋଡ଼ୁଛି l

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି କର୍ମକର୍ତା ଚୟନ

Image
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି କର୍ମକର୍ତା ଚୟନ  ଝରୀଗାଁ ତା 20/7/24(ବ୍ରାହ୍ମ ମୁହୂର୍ତ୍ତ) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ଧୋଡ୍ରାସ୍ଥିତ ଅଲେଖ ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଜରୁରୀ ବୈଠକ ବ୍ରହ୍ମ ଅବଧିତ ପ୍ରକାଶ ବାବାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ଲ ଉକ୍ତ ସଭାରେ ପୁରୁଣା ପରିଚାଳନା କମିଟି କୁ ଭଙ୍କ କରାଯାଇ ଏକ ନୂଆ କମିଟି ଗଠନ ହେବା ନେଇ ବ୍ରହ୍ମ ଅବଧୂତ ପ୍ରକାଶ ବାବା ସୃଚନା ଦେଇଛନ୍ତି ଲ ଉକ୍ତ ସଭାରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ପ୍ରକାଶ ବାବା ଉପସଭାପତି ମଙ୍ଗଳା ମାଝୀ, ସମ୍ପାଦକ କେଦାରେଶ୍ୱର ପଟନାୟକ, ସହସମ୍ପାଦକ ଅରୁଣ ପନକା, ଆଇନ ପରାମର୍ଶଦାତା ଯୁଧିଷ୍ଟିର ପଳାଇ, ଅନୁସୃଚିତ ଜାତି ଓ ଜନ ଜାତି ସଭ୍ୟ ଭାଗିରଥି ନାୟକ, ଶିକ୍ଷାବିତ ଅରବିନ୍ଦ ଗୁପ୍ତା, ଡିଏଚଏସଇ ନୋମିନି ଯlଜ୍ଞସେନା କଚିମ, ସିଏଚ ଏସଇ ନୋମିନି କଳ୍ପିତା ବେହେରା,ପ୍ରମୁଖ ମନୋନୀତ ହୋଇଥିବାବେଳେ ଧୋଡ୍ରା ସରପଞ୍ଚ ମହେନ୍ଦ୍ର ଭତ୍ରା, ଜୟଦର ସୁନାନୀ,ଦୁବରାଜ ସିଂ, ମାଧବ ଭତ୍ରା, ମହେଶ୍ୱର ହରିଜନ, କୃଷ୍ଣ ପୂଜାରୀ, ଧନସିଂ ମଙ୍ଗଲି,ବରୁନ ପନକା ପ୍ରମୁଖ ଉପସ୍ଥିତ ଥିଲେ l ଆଗାମୀ ଦିନରେ ଅଲେଖ ମହିମା ଉଚ୍ଚ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନୂତନ କମିଟି କାର୍ଯ୍ୟ କରିବ ବୋଲି କମିଟି ର ସଭ୍ୟସଭ୍ୟାମାନେ ମତବ୍ୟକ୍ତ କରିଥିଲେ l

ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳର ନୂତନ ଦାୟିତ୍ୱ ବଣ୍ଟନ

Image
ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳର ନୂତନ ଦାୟିତ୍ୱ ବଣ୍ଟନ    ଯାଜପୁର;୨୦/୦୭(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ  ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ ସୁକିନ୍ଦା ସ୍ଥିତ କାଜଳେଶ୍ୱର ମନ୍ଦିର ପ୍ରାଙ୍ଗଣ ଠାରେ ୪:୩୦ ମିନିଟ ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସହ ସମ୍ପାଦକ ଚିତ୍ତରଞ୍ଜନ ବିନ୍ଧାଣି,ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହ ସଂଯୋଜକ ସାରଦାପ୍ରସନ୍ନ ବଳ, ପ୍ରମୁଖ ଯୋଗଦେଇଥିଲେ ଓ ଭାଇ ମାନେ କିପରି ସଂଗଠିତ ହୋଇ ସମାଜରେ ହେଉଥିବା ଧର୍ମନ୍ତି କରଣ,ଲବ ଯେହାଦ,ହିନ୍ଦୁ ମାନଙ୍କ ବିରୁଦ୍ଧରେ ହେଉଥିବା ଷଡଯନ୍ତ୍ର,ମଠ ମନ୍ଦିର ଉପରେ କୁଠାର ଘାତ ବିଷୟରେ ଅବଗତ କରାଇଥିଲେ। ବୈଠକ ନୂତନ ଦାଇତ୍ୱ ଘୋଷଣା କରାଯାଇଥିଲା ସୁକିନ୍ଦା ପ୍ରଖଣ୍ଡ ସଂଯୋଜକ ରବୀନ୍ଦ୍ର କୁମାର ଭଞ୍ଜ, ପ୍ରଖଣ୍ଡ ସହ ସଂଯୋଜକ ପ୍ରଶାନ୍ତ ରଣା ଓ ବଣ୍ଟି ସାହୁ ଦାୟିତ୍ୱ ପାଇଥିବା ବେଳେ ଏହି ବୈଠକରେ ଯୋଗ ଦେଇଥିଲେ  ସାମ୍ବାଦିକ ଜିଜ୍ଞାଂଶୁ ସାହୁ,ଅସିତ କୁମାର ଦାସ,ଦିଲୀପ ମହାନ୍ତ,ପ୍ରଦୀପ ବେହେରା,ପ୍ରବୀର ବାନାର୍ଜୀ. ଦିଲୀପ ସାହୁ.ବିଶ୍ୱଜିତ ମହାନ୍ତ. ଅଂଶୁମାନ ବେହେରା, କୋଦଣ୍ଡ ଧର ବାରିକ,ହୃଷିକେଶ ମହାନ୍ତ, ପ୍ରଶାନ୍ତ ପ୍ରଧାନ,ଜଗବନ୍ଧୁ ମହାଳିକ, ରାଜକିଶୋର ମହାନ୍ତ,ଦିଲୀପ କୁମାର ଦ୍ରୀବେଦୀ,ଉତ୍ତମ ଦ୍ରୀବେଦୀ, ବିଶ୍ୱରଂଜନ ସାହୁ, ଶିବାନନ...