ଦାଦନ ଖଟିବାକୁ ଯାଇ ଆରପାରରେ ଛାଡି ଆସିଲେ ଜୀବନ |
ଦାଦନ ଖଟିବାକୁ ଯାଇ ଆରପାରରେ ଛାଡି ଆସିଲେ ଜୀବନ | ରାମଦାସ ଭତ୍ରାଙ୍କ ରିପୋର୍ଟ - ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ତା 25/07- ଆଉ କେତେ କଷ୍ଟ ସହିବାକୁ ବାଧ୍ୟତାମୂଳକ ହେବ ସାଧାରଣ ମଣିଷ। ଦାଦନ ସମସ୍ୟା ସମାଧାନ ପାଇଁ ଅହରହ ସରକାରଙ୍କ ଚେଷ୍ଟା ଚଳାଇଥିବା ବେଳେ ବ୍ଳକ ସ୍ତରରେ ପ୍ରଶାସନିକ ଅଧିକାରୀ ମାନଙ୍କ ଅଯୋଗ୍ୟ ପଣିଆ ପଛରେ ଦୁର୍ନୀତି ଗ୍ରସ୍ତ ମହାନାୟକ ମାନେ ଏସବୁ ସଫଳତା ପାଇବା ପାଇଁ ବାଧକ ସାଜିଛନ୍ତି। ଯାହାର ଜଳଜଳ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଳକରେ। ଜିଲ୍ଲା ରେ କାମ ନ ପାଇଁ ନବରଙ୍ଗପୁର ଜିଲ୍ଲାର ଅନେକ ଶ୍ରମିକ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଛନ୍ତି ଓ ନାନା କ୍ଳେଶ ସହୁଛନ୍ତି |ଏପରିକି କିଛି ଶ୍ରମିକ ଙ୍କ ମଡ ଶରୀର ଗାଁ ମାଟିରେ ପହଞ୍ଚୁଛି ତ କିଛି ଶ୍ରମିକ ଙ୍କ ମଡ଼ ଶରୀର କୁ ଗାଁ ମାଟି ମଧ୍ୟ ନସିବ ହେଉନି |ଏସବୁ ଖବର ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହେଉଥିଲେ ମଧ୍ୟ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି |ଆଜି ପୁଣିଥରେ ଜଣେ ଶ୍ରମିକ ର ମୃତ ଖବର ପାଇ ପରିବାରରେ ଶୋକ ର ଛାୟା ଦେଖିବାକୁ ମିଳିଛି |ମିଳିଥିବା ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଭାଲୁକୋନାଡୀ ପଂଚାୟତ ସଦର ମହକୁମା ର ଦିଆଳୁ ମାଝୀ ଙ୍କ ସାନ ଭାଇ ଅଭିରାମ ମାଝୀ (24) ଟଙ୍କା ରୋଜଗାର ଆଶାରେ 6ମାସ ତଳେ ଗ୍ରାମର କୁଳ ମାଝୀ ନାମକ ଜଣେ ...