ମିର୍ଦ୍ଧା ସମାଜର ସାମୁହିକ ଅସ୍ଥି ବିସର୍ଜନ ଉତ୍ସବ
ମିର୍ଦ୍ଧା ସମାଜର ସାମୁହିକ ଅସ୍ଥି ବିସର୍ଜନ ଉତ୍ସବ କଣ୍ଟିଆପାଲି/କଣ୍ଟାମାଳ (ବ୍ରାହ୍ମ ମୁହୂର୍ତ୍ତ):- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟିଆପାଲି ଗ୍ରାମଠାରେ "ମିର୍ଦ୍ଧା ସମାଜ" ର ସାମୁହିକ ଅସ୍ଥି ବିସର୍ଜନ ଉତ୍ସବ ତଥା ବାର୍ଷିକ ମହାସଭା ତା.୧୫.୧୧.୨୦୨୪ ଶୁକ୍ରବାର କାର୍ତ୍ତିକ ପୂର୍ଣମୀ ଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କେବଳ କଣ୍ଟାମାଳ ବ୍ଲକରେ ବସବାସ କରୁଥିବା ଓ ସୁବର୍ଣ୍ଣପୁର ଜିଲ୍ଲାର କୁଡାଡେରା ଗ୍ରାମର ଏହି ଆଦିବାସୀ ସମ୍ପ୍ରଦାୟ ନିକଟସ୍ଥ ତେଲ ନଦୀ ସୁନାମୁଖୀ କୁଣ୍ଢିଘାଟି ଠାରେ ଇଷ୍ଟଦେବତା ବୁଢାରଜାଙ୍କୁ ପୂଜାର୍ଚ୍ଚନା ପରେ ସାମୁହିକ ଅସ୍ଥି ବିସର୍ଜନ କରି ଗଙ୍ଗାସ୍ନାନ କରିଥାନ୍ତି।ଏଥିରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ମିର୍ଦ୍ଧା ପରିବାର ସାମିଲ ହୋଇ ନିଜ ପୂର୍ବ ପୁରୁଷ ଙ୍କ ସଦଗତି କାମନା କରିଥିଲେ। ପରେ ଜିଲ୍ଲା ସଭାପତି ଲମ୍ବୋଦର ମିର୍ଦ୍ଧା ଙ୍କ ସଭାପତିତ୍ୱରେ କଣ୍ଟିଆପାଲି ଗ୍ରାମଠାରେ ବାର୍ଷିକ ମହାସଭା ବୈଠକ ଅନୁଷ୍ଠିତ ହୋଇଥିଲା। ପରିଚାଳନା କମିଟିର ଗୁଡି ସଭାପତି ବ୍ରୁନ୍ଦାବନ ମିର୍ଦ୍ଧା ,ଉପସଭାପତି ଲିଙ୍ଗରାଜ ଛତ୍ରିଆ,ସଂପାଦକ ଉସ୍ତ ବାଘ,ଜିଲ୍ଲା ସଂପାଦକ ସ୍ୱାଧୀନ ମିର୍ଦ୍ଧା,କୋଷାଧ୍ୟକ୍ଷ ମକୁନ୍ଦ କାଲସାଏ,ଯୁଗ୍ମ କୋଷାଧ୍ୟକ୍ଷ ବଳରାମ ପଧାନ,ଉପଦେଷ୍ଟା ଶ୍ୟାମ ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ନୂତନ ଶକ୍ତି ପୀଠରେ ଇଷ୍ଟଦେବ ସ୍ଥାପନ, ଲିଙ୍ଗରାଜ ଛତ...